ଶବ୍ଦ ଓଡିଶା ବ୍ୟୁରୋ: ପୋଖରୀରୁ ହୋମଗାର୍ଡଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ଗଞ୍ଜାମ ଜିଲ୍ଲା ବଡଗଡ଼ ଗ୍ରାମର ବଳରାମ ଦାସ । ସେ ବଡଗଡ଼ ଥାନାରେ କାର୍ଯ୍ୟ କରୁଥିଲେ।
ବଳରାମ ନିଶାସେବନ କରନ୍ତି । କିଛି ଦିନ ତଳେ ବଳରାମ ନିଶାସେବନ କରି ଥାନାକୁ ଆସିଥିଲେ। ଏନେଇ ଏସ୍ଆଇ ତାଙ୍କ ଉପରେ ବିରକ୍ତି ହୋଇଥିଲେ। ନିଶାସେବନ ନକରି ଥାନାକୁ ଆସିବାକୁ କହିଥିଲେ। ବଳରାମ ଏକ ସପ୍ତାହ ହେଲା ଥାନାକୁ ଆସୁନଥିଲେ। କିନ୍ତୁ ଆଜି ସକାଳୁ ବଳରାମଙ୍କ ମୃତଦେହ ଥାନା ନିକଟରେ ଥିବା ପୋଖରୀରେ ଭାସୁଥିବା ଲୋକେ ଦେଖିଥିଲେ।
