କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ଶବ୍ଦ ଓଡିଶା ବ୍ୟୁରୋ: ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମୁଛି । ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୧ ଦଶମିକ ୧୦ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ୧ଲକ୍ଷ ୬୭ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୩ଲକ୍ଷ ୪୯ ହଜାର ୪୯୬ କ୍ୟୁୁସେକ୍ ବନ୍ୟାପାଣି ।
ସେହିପରି କଟକ ମୁଣ୍ଡଳୀରେ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ୪ଲକ୍ଷ ୨୬ ହଜାର ୧୧୨ ବନ୍ୟାଜଳ । ସେହିପରି ବରମୁଳରେ ପ୍ରତି ସେକେଣ୍ଡରେ ୪ ଲକ୍ଷ ୮୪ ହଜାର ୫୦୦ କ୍ୟୁସେକ ଜଳ ନିଷ୍କାସିତ କରାଯାଉଛି ।

You May Also Like

More From Author

+ There are no comments

Add yours