ଶବ୍ଦ ଓଡିଶା ବ୍ୟୁରୋ: ଆସନ୍ତା ୫ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ । କେଉଁଠି କେମିତି ହାଲକା ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅବପାତ ଓଡ଼ିଶା ଉପରୁ ହଟିଯାଇଥିବାରୁ ରାଜ୍ୟରେ ଆଉ ବର୍ଷା ବିତ୍ପାତ ଆଶଙ୍କା ନାହିଁ । ଆଜି ରାଜଧାନୀ ଭୁବନେଶ୍ୱରର ଆକାଶ ମେଘୁଆ ରହିବ । କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରୀ ମଧ୍ୟରେ ରହିବ ।
