Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ସାରା ପଶ୍ଚିମ ଓଡ଼ିଶାରେ ଧୂମଧାମରେ ପାଳନ ହୋଇଛି ସମ୍ବଲପୁରୀ ଦିନ । ଏହିକ୍ରମରେ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜନ୍ମସ୍ଥାନ ସୁବର୍ଣ୍ଣପୁରରେ ମଧ୍ୟ ଜୋରସୋରରେ ପାଳନ ହେଉଛି ସମ୍ବଲପୁରୀ ଦିନ l ଦିନ ତମାମ ସମ୍ବଲପୁରୀ ତାଳେ ତାଳେ ନାଚି ଗାଇ ମସଗୁଲ ଅଂଚଳବାସୀ । ଦିନ ସାରା ବିଭିନ୍ନ ସ୍ଥାନରେ ସମ୍ବଲପୁରୀ ନାଚ, ଗୀତ ସହ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ମସଗୁଲ ଅଛନ୍ତି ଅଞ୍ଚଳବାସୀ ।
ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କୁ ମନେ ପକାଇବା ପାଇଁ ଅଗଷ୍ଟ ୧ ତାରିଖ 2013ମସିହାରୁ ପାଳନ ହେଉଛି ସମ୍ବଲପୁରୀ ଦିନ l ସ୍ଥାନୀୟ ବ୍ଲକ ଛକଠାରେ ପାଳିତ ହୋଇଥିବା ସମ୍ବଲପୁରୀ ଦିନରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ ସମ୍ବଲପୁରୀ ଦିନକୁ ଅଧିକ ପ୍ରଚାର ପ୍ରସାର କରିବା ସହିତ ବିଶ୍ୱଦରବାରରେ ପହଂଚାଇବାକୁ ଅନୁରୋଧ କରିବା ପରେ ସମ୍ବଲପୁରୀ ଗୀତର ତାଳେ ତାଳେ ନାଚିଥିଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ କଳାକାର ଯୋଗଦେଇ ନୃତ୍ୟ ଗୀତ ପରିବେଷଣ କରିବା ସହିତ ସମ୍ବଲପୁରୀ ଦିନ ପାଳନ କରିଥିଲେ l

Leave a Reply

Your email address will not be published. Required fields are marked *