ନୂଆ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ୧୪ଜଣଙ୍କୁ ଅଧ୍ୟକ୍ଷ ନିଯୁକ୍ତ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟ ସରକାର ଗତ ମେ’ ମାସରେ ଗଠନ କରିଥିବା ୧୪ଟି ଜିଲ୍ଲାରେ ନୂଆ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ୧୪ଜଣଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ ସେମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ମିଳିବ ବୋଲି ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪ଟି ନୂଆ ସ୍ୱତନ୍ତ୍ର ଉନ୍ନୟନ ପରିଷଦ(ଏସଡିସି)ର ଅଧ୍ୟକ୍ଷ ଭାବେ ଯେଉଁମାନଙ୍କୁ ନିଯୁକ୍ତି ଦେଇଛନ୍ତି ସେମାନେ ହେଲେ- ଅନୁଗୁଳ ଜିଲ୍ଲା ପାଇଁ ସଦାଶିବ ନାୟକ, ବାଲେଶ୍ୱର-ମଦନମୋହନ ମାଝୀ, ବଲାଙ୍ଗିରୀ-ବ୍ରଜମୋହନ ବିଶୋଇ, ବୌଦ୍ଧ-ଭଗବାନ କହଁର, ଯାଜପୁର-ଲମ୍ବୋଦର ମୁଣ୍ଡା, ଢେଙ୍କାନାଳ- ସୁରେନ୍ଦ୍ର ହେମ୍ବ୍ରମ, ନୂଆପଡ଼ା-ଭଗତରାମ ମାଝୀ, କଳାହାଣ୍ଡି-ଶିବାଜୀ ମାଝୀ, ସମ୍ବଲପୁର-ଶୋଭାରାମ ପ୍ରଧାନ, ଦେବଗଡ଼-ପାଞ୍ଜିଆ ଭୋଇ, ବରଗଡ଼-ସୁଶୀଳା ଭୋଇ, ଝାରସୁଗୁଡ଼ା-ମୋହନ କିଶାନ, ନୟାଗଡ଼-ଜାନକୀ ଦେହୁରୀ ଓ ଗଞ୍ଜାମ-ବିଦ୍ୟାଧର ଜାନୀ ।

You May Also Like

More From Author

+ There are no comments

Add yours