ମଣିପୁରରେ ୨ମହିଳାଙ୍କୁ ବିବସ୍ତ୍ର କରି ରାସ୍ତାରେ ଚଲାଇଲେ

ଶବ୍ଦ ଓଡିଶା ବ୍ୟୁରୋ: ମଣିପୁରରେ ସ୍ଥିତି ପୁଣିଥରେ ଅଣାୟତ ହୋଇଛି । ଏଠାରେ ଗୋଟିଏ ସମ୍ପ୍ରଦାୟର ୨ଜଣ ମହିଳାଙ୍କୁ ବିବସ୍ତ୍ର କରି ବିଚ ରାସ୍ତାରେ ଚଲାଇବାର ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ ମେ ୪ ତାରିଖର ହୋଇଥିବା କୁହାଯାଉଛି । ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ଭିଡିଓ ଇଣ୍ଡିଜିନସ୍ ଲିଡର୍ସ ଫୋରମ୍ (ଆଇଟିଏଲଏଫ୍) ର ଗୁରୁବାର ହେବାକୁ ଥିବା ପ୍ରଦର୍ଶନର ଠିକ୍ ଦିନକୁ ପୂର୍ବରୁ ଭାଇରାଲ ହୋଇଛି । କିଛି ଉଦ୍ଦେଶ୍ୟ ନେଇ ଭିଡିଓ ଭାଇରାଲ କରାଯାଇଛି । ଫଳରେ ପୁରା ସମ୍ପ୍ରଦାୟର ଦୁର୍ଦ୍ଦଶା ସାମ୍ନାକୁ ଅସିବ ।

You May Also Like

More From Author

+ There are no comments

Add yours