ବନ୍ୟା ପରେ ଉତ୍ତରାଖଣ୍ଡବାସୀଙ୍କ ଚିନ୍ତା ବଢାଇଛି କୁମ୍ଭୀର। ଲକ୍ଷର ଏବଂ ଖାନପୁର ଅଞ୍ଚଳରେ ଲୋକେ ଭୟଭୀତ

ଶବ୍ଦ ଓଡିଶା ବ୍ୟୁରୋ: ଉତ୍ତରାଖଣ୍ଡର ହରିଦ୍ୱାର ଜିଲ୍ଲାର ଲକ୍ଷର ଏବଂ ଖାନପୁର ଅଞ୍ଚଳର ଲୋକମାନେ ଭୟଭୀତ । ଗଙ୍ଗା ଏବଂ ଏହାର ଉପନଦୀମାନଙ୍କ ବନ୍ୟାଜଳ ଆସିବା ପରେ କୁମ୍ଭୀରମାନେ ସ୍ଥାନୀୟ ଅଞ୍ଚଳରେ ପସୁଥିବା ଦେଖିବାକୁ ମିଳିଛି । ଜଙ୍ଗଲ ବିଭାଗ ବନ୍ୟାଜଳ ସହିତ ଆସୁଥିବା ସରୀସୃପମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରିରଖିଛନ୍ତି । ଗଙ୍ଗା ଏବଂ ଏହାର ଉପନଦୀଗୁଡିକରେ ଆସୁଥିବା ଏହି ଜୀବମାନଙ୍କୁ ବାନ ଗଙ୍ଗା ଏବଂ ସୋନାଲି ନଦୀରେ ଛଡାଯାଉଛି ।

ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟ ନଦୀ କୂଳର ଜନବହୁଳ ଅଞ୍ଚଳରୁ ପ୍ରାୟ ଏକ ଡଜନ କୁମ୍ଭୀର ଧରାପଡିଛନ୍ତି । ବନ ବିଭାଗ କୁମ୍ଭୀର ଧରିବା ପାଇଁ ଲକ୍ଷର ଏବଂ ଖାନପୁର ଅଞ୍ଚଳରେ 25 ଜଣ କର୍ମଚାରୀଙ୍କ ଏକ ଟିମ୍ ନିୟୋଜିତ କରିଛି । ସେମାନେ ଦିନରାତି କୁମ୍ଭୀର ମାନଙ୍କୁ ଧରିବା ପାଇଁ ଲାଗିପଡିଛନ୍ତି ।

ଗତ ସପ୍ତାହରେ ପ୍ରବଳ ବର୍ଷା ହେତୁ ଗଙ୍ଗାର ଜଳସ୍ତର ବୃଦ୍ଧି ପାଇ ଲକ୍ଷର ଏବଂ ଖାନପୁର ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ସୋନାଲି ନଦୀ କୂଳରେ ଥିବା ଏକ ବନ୍ଧ ଭାଙ୍ଗିବା ଦ୍ୱାରା ବନ୍ୟା ପରିସ୍ଥିତି ଆହୁରି ଖରାପ ହୋଇଯାଇଛି । ଗତ ସପ୍ତାହରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପ୍ରଭାବିତ ଗ୍ରାମଗୁଡ଼ିକୁ ଯାଞ୍ଚ କରିଥିଲେ । ସୋମବାର ଦିନ ଲକ୍ଷରର କିଛି ଅଞ୍ଚଳରେ ଜଳସ୍ତର ହ୍ରାସ ପାଇଥିଲା, କିନ୍ତୁ ମଙ୍ଗଳବାର ଦିନ ପ୍ରବଳ ବର୍ଷା ଯୋଗୁଁ ପୁଣି ଜଳସ୍ତର ବଢିଯାଇଛି ।

ସ୍ଥାନୀୟ ବାସିନ୍ଦା ଅମିତ ଗିରି କହିଛନ୍ତି ଯେ, ଖାନପୁରର ଖେଡିକାଲାନ ଗାଁରେ ଏକ ବଡ଼ କୁମ୍ଭୀର ଆଶ୍ରୟ ନେଇଥିଲା । ଜଙ୍ଗଲ ବିଭାଗର ଏକ ଟିମ୍ ଏହାକୁ ନଦୀରେ ଛାଡି ଦେଇଥିଲା । ଲକ୍ଷର ଚେୟାରମ୍ୟାନ୍ ଅମ୍ବରୀଶ ଗର୍ଗ କହିଛନ୍ତି ଯେ, ସୋନାଲି ଏବଂ ବାନ୍ ଗଙ୍ଗା ନଦୀ ଦେଇ କୁମ୍ଭୀରମାନେ ଗ୍ରାମାଞ୍ଚଳର ଡ୍ରେନ୍ ଏବଂ ପୋଖରୀରେ ପ୍ରବେଶ କରନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜନବହୁଳ ଅଞ୍ଚଳରେ କୁମ୍ଭୀରର ପ୍ରବେଶ କରୁଥିବାର ଅନେକ ଘଟଣା ସାମ୍ନାକୁ ଆସୁଛି

You May Also Like

More From Author

+ There are no comments

Add yours