ଶବ୍ଦ ଓଡିଶା ବ୍ୟୁରୋ: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ୩ ଦିନ ଧରି ବର୍ଷା ଯୋଗୁ ସ୍ଥିତି ବେହାଲ । କେରାଣ୍ଡି ପଞ୍ଚାୟତର ଡାଳିମ୍ୱପୁର୍ ନିକଟରେ ଥିବା ଅସ୍ଥାୟୀ ପୋଲ ଧୋଇଯିବା ଯୋଗୁ ୩ଟି ଗାଁର ଲୋକେ ଓଡ଼ିଶାରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। ୩ଟି ଗାଁର ଲୋକେ ପାରଳାଖେମୁଣ୍ଡି ଆସିବା ପାଇଁ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି।
ଡାଳିମ୍ୱପୁର୍ ନିକଟରେ ବ୍ରିଜ୍ କାମ ଚାଲିଥିବା ଯୋଗୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ଅସ୍ଥାୟୀ ପୋଲ ନିର୍ମାଣ ହୋଇଥିଲା। ଲଗାଣ ବର୍ଷା ଯୋଗୁ ଅସ୍ଥାୟୀ ପୋଲଟି ଗତକାଲି ଧୋଇ ଯାଇଛି। ଯାହାଫଳରେ ଅମରା, ରାଟିଣି ଓ ଡାଳିମ୍ୱପୁର ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।
