Wed. Oct 14th, 2026

ଚନ୍ଦ୍ର ଆଡ଼କୁ ଆଉ ଏକ ପାହୁଣ୍ଡ ବଢ଼ାଇଲା ଚନ୍ଦ୍ରୟାନ-୩। ଏହାର ପ୍ରଥମ ଅର୍ବିଟ ରେଜିଂ ମାନୁଭର୍ କରିଛି ଇସ୍ରୋ । ଅର୍ଥାତ୍ ଚନ୍ଦ୍ରୟାନର ଗତିପଥକୁ ପ୍ରସାରିତ କରି, ଏହାକୁ ପୃଥିବୀଠୁ ଆଉ ଟିକିଏ ଦୂରକୁ ପଠାଇ ଦିଆଯାଇଛି । ଏବେ ଚନ୍ଦ୍ରୟାନ-୩ର ସ୍ୱାସ୍ଥ୍ୟ ସ୍ୱାଭାବିକ ରହିଛି ବୋଲି ଟ୍ୱିଟ୍ କରିଛି ଇସ୍ରୋ।

ବେଙ୍ଗଳୁରୁ ସ୍ଥିତ ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଆଣ୍ଡ୍ କମାଣ୍ଡ ନେଟୱର୍କ ବା ISTRACରେ ସଫଳତାର ସହ ପ୍ରଥମ ଅର୍ବିଟ ରେଜିଂ ମାନୁଭର୍ କରାଯାଇଥିବା ସୂଚନା ଦିଆଯାଇଛି ।

ଚନ୍ଦ୍ରୟାନ ପୃଥିବୀ ଚାରିପଟେ ନିର୍ଦ୍ଧାରିତ ଅଣ୍ଡାକୃତି କକ୍ଷପଥରେ ବୁଲୁଛି । ଗତକାଲି ଉତକ୍ଷେପଣ ପରେ ପୃଥିବୀପୃଷ୍ଠରୁ ଏହାର ସର୍ବନିମ୍ନ ଦୂରତା ପ୍ରାୟ ୧୭୦ କିଲୋମିଟର ଏବଂ ସର୍ବାଧିକ ଦୂରତା ୩୬ହଜାର ୫ଶହ କିଲୋମିଟର ଥିଲା।

ତେବେ ଆଜି ଅର୍ବିଟ ରେଜିଂ ମାନୁଭର୍ ପରେ ସର୍ବନିମ୍ନ ଦୂରତା ୧୭୨ କିଲୋମିଟର ଏବଂ ସର୍ବାଧିକ ଦୂରତା ୪୧ ହଜାର ୭୬୨ କିଲୋମିଟରକୁ ବୃଦ୍ଧି ପାଇଛି । ପ୍ରାୟ ୫ ଥର ଏହି ପ୍ରକ୍ରିୟା ଦୋହରାଇବା ପରେ, ଚନ୍ଦ୍ରୟାନ-୩ ଅଗଷ୍ଟ ୫ରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ।

Leave a Reply

Your email address will not be published. Required fields are marked *