ବନ୍ୟା ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଶବ୍ଦ ଓଡିଶା ବ୍ୟୁରୋ: ଦିଲ୍ଲୀ ବନ୍ୟାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବନ୍ୟା ପରିସ୍ଥିତିର ମୁକାବିଲା କିପରି କରାଯାଉଛି ସେନେଇ ଉପରାଜ୍ୟପାଳ ଭି.କେ ସେକ୍ସେନାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଦିଲ୍ଲୀରେ ବନ୍ୟା ସ୍ଥିତି ଏବେବି ସଙ୍ଗୀନ ରହିଛି ।
ରାଜଧାନୀର ବହୁ ଅଂଚଳ ଜଳବନ୍ଦୀ ରହିଛି । ଯମୁନା ନଦୀର ଜଳସ୍ତର କମିଥିଲେ ସୁଦ୍ଧା ଏବେ ବି ବିପଦସଙ୍କେତ ଟପି ଜଳସ୍ତର ପ୍ରବାହିତ ହେଉଛି । ୨୬ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ବେଳେ ୪୦ରୁ ଅଧିକ କ୍ୟାମ୍ପ କରାଯାଇଛି ।

You May Also Like

More From Author

+ There are no comments

Add yours