ବାଇକ-ଟ୍ରକ ମୁହାଁମୁହିଁ, ଚାଲିଗଲା 2 ଯୁବକଙ୍କ ଜୀବନ

ଶବ୍ଦ ଓଡିଶା ବ୍ୟୁରୋ: ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ । ବାଇକ-ଟ୍ରକ ମୁହାଁମୁହିଁରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଜଣେ ମୃତକ ସ୍ଥାନୀୟ ମାଣିତ୍ରୀ ଗାଁର ହୋଇଥିବା ବେଳେ ଅନ୍ୟଜଣେ ଯୁବକଙ୍କ ପରିଚୟ ମିଳିପାରିନି ।
ସୂଚନାନୁସାରେ, ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ ବାଇକ ଓ ଟ୍ରକ ମଧ୍ୟରେ ଧକ୍କା ଦୁଇ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ପଠାଇଥିଲେ । ସୋର ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

You May Also Like

More From Author

+ There are no comments

Add yours