ମାଲକାନଗିରିରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ

ଶବ୍ଦ ଓଡିଶା ବ୍ୟୁରୋ: କଂଗ୍ରେସ ପକ୍ଷରୁ ମାଲକାନଗିର ବନ୍ଦ ପାଳନ । ୪ ଦଫା ଦାବି ନେଇ ବନ୍ଦ ପାଳନ କରାଯାଇଛି । ଜିଲ୍ଲା ସଦର ମହକୁମା ସହ ବ୍ଳକ ସ୍ତରରେ ପିକେଟିଂ କରି ରାସ୍ତାରୋକ କରାଯାଇଛି । ଯାନବାହାନ ଚଳାଚଳ ଠପ୍ ହୋଇଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।

ଟାଟା ବିଦ୍ୟୁତ କମ୍ପାନୀର ମନମୁଖୀ ବିଲ ଆଦାୟକୁ ବିରୋଧ କରିଛି କଂଗ୍ରେସ । ଜିଳ୍ଲା ଚିକିତ୍ସାଳୟରେ ଡାକ୍ତର ପଦବୀ ପୂରଣ, ୫ ବର୍ଷ ଧରି ନିର୍ମାଣ କାମ ସରିଥିବା ବିଇଡି କଲେଜ କାର୍ଯ୍ୟକ୍ଷମ କରିବା, ଜିଲ୍ଲା ଭିତିକ ନିଯୁକ୍ତି ଦାବି ନେଇ କଂଗ୍ରେସ ବନ୍ଦ ପାଳନ କରୁଛି ।

You May Also Like

More From Author

+ There are no comments

Add yours