ବୀରମହାରାଜପୁର ମହାବିଦ୍ୟାଳୟ ଠାରେ ଓଡ଼ିଶା ମୋ ପରିବାର ରକ୍ତ ଦାନ ଶିବିର

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ଠାରେ ରକ୍ତ ଦାନ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି। ବୀରମହାରାଜପୁର ମହାବିଦ୍ୟାଳୟର ୪୩ତମ ପ୍ରତିଷ୍ଠା ଦିବସ ଅବସର ରେ ଓଡ଼ିଶା ମୋ ପରିବାର ଓ କଲେଜ ଛାତ୍ର ଛାତ୍ରୀ ଙ୍କ ମିଳିତ ଅନୁକୁଲ୍ୟ ରେ ଅନୁଷ୍ଠିତ ହୋଇଛି ଏହି ରକ୍ତ ଦାନ ଶିବିର। ଏହି କାର୍ଯ୍ୟକ୍ରମ କୁ ପୂର୍ବତନ ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେର ଓ ଓଡ଼ିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ରଞ୍ଜିତ ରଥ ମିଶି ଉଦ୍ଘାଟନ କରିଥିଲେ । ଏହି ରକ୍ତ ଦାନ କାର୍ଯ୍ୟକ୍ରମରେ ପାଖାପାଖି ୧୫୦ ୟୁନିଟ ରକ୍ତ ସଂଗ୍ରହ ଲକ୍ଷ୍ୟ ରଖା ଯାଇଥିବା ବେଳେ କଲେଜ ପଡିଆ ରେ ବୃକ୍ଷ ରୋପଣ କରାଯାଇଥିଲା । ପରେ ଏକ ସଭା ଆୟୋଜନ କରାଯାଇଥିବା ବେଳେ ସେହି ସଭା ରେ ଅତିଥି ମାନେ ଏହି କଲେଜ କୁ ୫ଟି ଯୋଜନାରେ ସାମିଲ କରି ୧ କୋଟି ଟଙ୍କା ରାଜ୍ୟ ସରକାର ଙ୍କ ତରଫରୁ ମିଳିଥିବାରୁ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ରକ୍ତ ଦାନ ଦ୍ଵାର ବହୁ ଲୋକଙ୍କ ଜୀବନ ବଞ୍ଚିବ ବୋଲି ଅତିଥି ମାନେ କହି ଥିଲେ ।

You May Also Like

More From Author

+ There are no comments

Add yours