ମିଶନ ଚନ୍ଦ୍ରଯାନ-୩ ପାଇଁ କାଉଣ୍ଟଡାଉନ୍ ଆରମ୍ଭ

ଶବ୍ଦ ଓଡିଶା ବ୍ୟୁରୋ: ଚନ୍ଦ୍ରଯାନ-୩ ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ଆସନ୍ତାକାଲି ଅପରାହ୍ଣ ୨ଟା ୩୫ରେ ଶ୍ରୀହରିକୋଟାରୁ ଏହା ଉତକ୍ଷେପଣ ହେବ । ଏହି ମିଶନରେ ଚନ୍ଦ୍ରର ଅପହଞ୍ଚ ଅଞ୍ଚଳରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି । ୨୪ ଘଣ୍ଟା ଧରି ଚାଲିଥିବା ‘ଲଞ୍ଚ ରିହର୍ସାଲ୍’ ଶେଷ ହୋଇଛି ବୋଲି ଇସ୍ରୋ ମଙ୍ଗଳବାର ଟ୍ୱିଟ୍ କରିଛି ।

ଭାରତର ତୃତୀୟ ଚନ୍ଦ୍ର ଅନୁସନ୍ଧାନ ମିଶନ ଚନ୍ଦ୍ରଯାନ-୩ ଏଲ୍‌ଭିଏମ୍‌୩ ଲଞ୍ଚରର ଚତୁର୍ଥ କାର୍ଯ୍ୟକ୍ଷମ ମିସନରେ ଉତ୍‌କ୍ଷେପଣ ପାଇଁ ପ୍ରସ୍ତୁତ ହୋଇ ରହିଛି। ଏହା ଚନ୍ଦ୍ରଯାନ-୨ର ଏକ ଫଲୋଅପ୍ ମିସନ ଯାହା ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅବତରଣ କରି ଭ୍ରମଣ କରିବାର ସମସ୍ତ କ୍ଷମତା ପ୍ରଦର୍ଶନ କରିବ। ପୂର୍ବ ମିଶନରେ ସଫ୍ଟୱେର୍ ତ୍ରୁଟି କାରଣରୁ ସେପ୍ଟେମ୍ବର ୨୦୧୯ରେ ଚନ୍ଦ୍ରଯାନ-୨ କ୍ରାସ୍-ଲ୍ୟାଣ୍ଡିଂ କରିଥିଲା ।

You May Also Like

More From Author

+ There are no comments

Add yours