୯୦କୋଟି ଟଙ୍କାର ଟିକସ ଫାଙ୍କିଛି ଡିଏନ୍ ଗ୍ରୁପ୍

ଶବ୍ଦ ଓଡିଶା ବ୍ୟୁରୋ: ରିଏଲ ଇଷ୍ଟେଟ୍ ବ୍ୟବସାୟୀ ଜଗଦୀଶ ପ୍ରସାଦ ନାଏକଙ୍କ ଡିଏନ୍ ଗ୍ରୁପ୍ ମୋଟ ୯୦କୋଟି ଟଙ୍କାର ଟିକସ ଫାଙ୍କିଛି ଓ ଚଢ଼ଉବେଳେ ମୋଟ ନଗଦ ୯.୭୪କୋଟି ଟଙ୍କା ଜବତ ହୋଇଥିଲା ବୋଲି ଆୟକର ବିଭାଗ ସୂତ୍ରରୁ ଜଣାପଡ଼ିଛି । ତେବେ ଏତେ ପରିମାଣର ଟିକସ ଫାଙ୍କିବା ଓ ନଗଦ ଜବତ ହେବାର ୪ଦିନ ପରେ ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚୁପ୍ ବସିଛି ।

ଏହି ମାମଲାରେ କୌଣସି ପଦକ୍ଷେପ ନେଇନଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଏତେ ଟଙ୍କାର ଟିକସ ଫାଙ୍କିବାକୁ ନେଇ ଡିଏନ୍ ଗ୍ରୁପ୍ ପକ୍ଷରୁ ଆଜି କୌଣସି ପ୍ରତିକ୍ରିୟା କିମ୍ବା ସ୍ପଷ୍ଟୀକରଣ ଜାରି ହୋଇନାହିଁ ।

You May Also Like

More From Author

+ There are no comments

Add yours