Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ରାୟଗଡ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଜନସଂଖ୍ୟା ଦିବସ 2023 ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ଶ୍ରୀ ରଏ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଭି ଏଲ ଏନ ରାଜୁ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଭିବିଡି) ଡା ବି ଏଲ ଏନ ପୃଷ୍ଟି, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଟିବି) ଡା ମମତା ସାହୁ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା ବରଦାକାନ୍ତ ମିଶ୍ର ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

ବିଶ୍ୱ ଜନସଂଖ୍ୟା ପ୍ରସଙ୍ଗରେ ସଚେତନତା ଆଣିବା ପାଇଁ ପ୍ରତିବର୍ଷ ଜୁଲାଇ 11ରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଏ | ଜନସଂଖ୍ୟା ବୃଦ୍ଧି , ପ୍ରଜନନ ସ୍ୱାସ୍ଥ୍ୟ ଏବଂ ନିରନ୍ତର ବିକାଶର ଗୁରୁତ୍ୱକୁ ଆଲୋକିତ କରିବା ପାଇଁ ଏହି ଦିବସ ପାଳନ କରାଯାଉଛି | ଏହି ଅବସରରେ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ଶ୍ରୀ ରଏ କହିଥିଲେ, ପରିବାର ନିୟୋଜନ ଏକ ସାମାଜିକ ଦାୟିତ୍ୱ | ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗର୍ଭନିରୋଧକ ଔଷଧ ବିନା ମୂଲ୍ୟରେ ଉପଲବ୍ଧ ହେଉଛି | ଏପରିକି ସ୍ୱାସ୍ଥ୍ୟ ଉପକେନ୍ଦ୍ର ମାନଙ୍କରେ ଗ୍ରାମାଞ୍ଚଳର ମହିଳାମାନଙ୍କୁ ମାଗଣା ପରାମର୍ଶ ସହ ବିଭିନ୍ନ ସୁବିଧା ପ୍ରଦାନ କରାଯାଉଛି ।

ପରିବାର ନିୟୋଜନ ଯୋଜନାକୁ ପ୍ରୋତ୍ସାହିତ କରିବା ପାଇଁ ଅଧିକ ପ୍ରୟାସ ଆବଶ୍ୟକ ଯାହାଦ୍ୱାରା ଜନସଂଖ୍ୟା ନିୟନ୍ତ୍ରଣକୁ ଆସିପାରିବ। ପରିବାର ନିୟୋଜନ ଯୋଜନା କୁ ସଫଳ କରିବା ପାଇଁ ଶାଶୁ ବୋହୂ ସମ୍ମିଳନୀ ଏବଂ ନବ ଦମ୍ପତ୍ତି କିଟ ଭଳି ନୂତନ କାର୍ଯ୍ୟକ୍ରମମାନ ଆରମ୍ଭ ହୋଇଛି | ଜନସଂଖ୍ୟା ପକ୍ଷ ଜୁନ 27- ଜୁଲାଇ 10 (ସଚେତନତା ପକ୍ଷ ), ଜୁଲାଇ 11 ରୁ ଜୁଲାଇ 24 କୁ ସ୍ଥିରତା ପକ୍ଷ ଭାବେ ପାଳନ କରାଯାଏ |

ରାଜ୍ୟରେ ଆୟୋଜିତ ବିଶ୍ୱ ଜନସଂଖ୍ୟା ଦିବସ କାର୍ଯ୍ୟକ୍ରମରେ ରାୟଗଡ଼ ଜିଲ୍ଲାକୁ ପରିବାର ନିୟୋଜନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ସମ୍ମାନିତ କରାଯାଇଥିଲା। ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡା ନିରଞ୍ଜନ ମିଶ୍ର ମାନପତ୍ର ପ୍ରଦାନ କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସମ୍ମାନିତ କରିଥିଲେ ।

Leave a Reply

Your email address will not be published. Required fields are marked *