ବେକ ରେ ଦଉଡ଼ି ଦେଇ ମହିଳାଙ୍କ ଆତ୍ମହତ୍ୟା

-ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ସଦର ଗ୍ରାମ ର ଜଣେ ମହିଳା l ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରି ଥିବା ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି l ସେ ହେଉଛନ୍ତି ସ୍ବର୍ଗତ ରୁପା ଦାନ ଜଗତ ଙ୍କ ସ୍ତ୍ରୀ ଲକ୍ଷ୍ମୀ ଜଗତ (45) l ଚନ୍ଦାହାଣ୍ଡି ଥାନା ୟୁଡ଼ି କେସ ନଂ 16/23 ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଏହାର ତଦନ୍ତ ଭାର ଏସ ଆଇ ଶିବ ପ୍ରସାଦ ମହାନ୍ତି କୁ ହସ୍ତାନ୍ତର କରି ଥିବା ନେଇ ଥାନା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇ ଛନ୍ତି lପୋଲିସ ସୂତ୍ର ଅନୁସାରେ ଚନ୍ଦାହାଣ୍ଡି ବ୍ଲକ ସଦର ଗ୍ରାମ ର ଲକ୍ଷ୍ମୀ ଜଗତ l ଗତ ଶୁକ୍ରବାର ରାତି ରେ ପରିବାର ଲୋକଙ୍କ ସହ ଏକାଠି ଖାଇ ପିଇ ଶୋଇଥିଲା l ସମସ୍ତେ ଶୋଇବା ପରେ ଲକ୍ଷ୍ମୀ ଚନ୍ଦାହାଣ୍ଡି ପୁରୁଣା ମେଡିକାଲ ପାଖ ବର ଗଛ ରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିଲା l ସକାଳ ସମୟ ରେ କିଛି ଲୋକ ଲକ୍ଷ୍ମୀ ଙ୍କ ଝୁଲନ୍ତା ଶବ ଦେଖି ପରିବାର ଲୋକଙ୍କୁ ଖବର ଦେବା ପରେ l ତାଙ୍କ ପୁଅ କୁନୁ ଜଗତ ଚନ୍ଦାହାଣ୍ଡି ଥାନା ରେ ଏକ ଲିଖିତ ଅଭିଯୋଗ ଦେବା ପରେ ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଙ୍କ ନିର୍ଦେଶ କ୍ରମେ ଏସ ଆଇ ଶିବ ପ୍ରସାଦ ମହାନ୍ତି ଘଟଣା ସ୍ଥଲ କୁ ଯାଇ ଶବ ଜବତ କରିବା ସହ l ବ୍ୟବଚ୍ଛେଦ ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦେଇଥିଲେ l ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ନେଇ ତଦନ୍ତ କାରି ଅଫିସର ଏସ ଆଇ ମହାନ୍ତି ପ୍ରକାଶ କରିଛନ୍ତି l ଲକ୍ଷ୍ମୀ ଙ୍କ ଦୀର୍ଘ ଦିନ ରୁ ମାନସିକ ସ୍ଥିତି ଠିକ ନଥିବା ସହ ସେ ଘରୁ ଈଆଡ଼େ ସିଆଡେ ବୁଲୁଥିଲେ l ଏଥି ପାଇଁ ସେ ଆତ୍ମହତ୍ୟା କରି ଥିବା ନେଇ ପରିବାର ଲୋକେ ପ୍ରକାଶ କରିଛନ୍ତି l ମୁକୁନ୍ଦ ବେଶ୍ରା

You May Also Like

More From Author

+ There are no comments

Add yours