ଏକ ହେବେ ରାଜ୍ ଠାକରେ ଓ ଉଦ୍ଧବ ଠାକରେ!

ବିଧାୟକଙ୍କ ଦଳ ବଦଳ ଓ ସରକାର ଭାଙ୍ଗିବା କାରଣରୁ ମହାରାଷ୍ଟ୍ରରେ ୪ଥର ଶପଥ ଗ୍ରହଣ ଉତ୍ସବ ହୋଇଛି । ଏହାରି ଭିତରେ ଏକ ନୂଆ ସମୀକରଣ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।ମହାରାଷ୍ଟ୍ର ନବନିର୍ବାଣ ସେନାର କାର୍ଯ୍ୟକର୍ତ୍ତାମାନେ ମୁମ୍ବାଇର ବିଭିନ୍ନ ସ୍ଥାନରେ ରାଜ୍ ଠାକରେ ଓ ଉଦ୍ଧବ ଠାକରେଙ୍କୁ ଏକ ହେବାକୁ ଦାବି କହିଛନ୍ତି । ଏହାକୁ ନେଇ ନ୍ୟୁଜ୍ ଏଜେନ୍ସି ଏଏନଆଇ ଏକ ଭିଡିଓ ପୋଷ୍ଟ ମଧ୍ୟ କରିଛି । ଦାଦର ପଶ୍ଚିମର ରାମ ଗଣେଷ ଗଡକରୀ ଚୌକ୍ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ବାହାରେ ଦୁଇ ବରିଷ୍ଠ ନେତାଙ୍କ ଏକତ୍ର ପୋଷ୍ଟର ଲାଗିଖିବା ଦେଖିବାକୁ ମିଳିଛି ।ମହାରାଷ୍ଟ୍ର ରାଜନୀତି ଏବେ ଗୋଳିଆ ପାଣି ସଦୃଶ ହୋଇଯାଇଛି । ତେଣୁ ଶିବସେନାର ଉଦ୍ଧବ ଗୋଷ୍ଠୀ ଓ ଏମଏନସ ଏକ ହୋଇ ମହାରାଷ୍ଟ୍ର ରାଜନୀତିକୁ ସ୍ବଚ୍ଛ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ରାଜାସାହେବ-ଉଦ୍ଧବସାହେବ ଆଗାମୀ ନିର୍ବାଚନରେ ଏକାଠି ଲଢିବା ଦରକାର । ଏହାକୁ ପୂରା ରାଜ୍ୟବାସୀ ଅପେକ୍ଷା କରିଛନ୍ତି ବୋଲି ପୋଷ୍ଟରେ ଲେଖାହୋଇଛି ।

You May Also Like

More From Author

+ There are no comments

Add yours