ଏବେଠାରୁ ୬-ଜି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାରତ । ଏଥପାଇଁ ଗଠନ ହୋଇଛି ୬ଜି ମେଣ୍ଟ ବା ଆଲାଏନ୍ସ । ଏହା ହେଉଛି ସରକାରୀ କ୍ଷେତ୍ର, ଘରୋଇ କ୍ଷେତ୍ର, ଜାତୀୟ ଅନୁସନ୍ଧାନ ଅନୁଷ୍ଠାନ ଓ ଶିକ୍ଷା କ୍ଷେତ୍ରର ଏକ ମେଣ୍ଟ ଯାହାକି ମିଳିତ ଭାବେ ଦେଶରେ ୬ଜି ବିକଶିତ କରିବାକୁ ଉଦ୍ୟମ କରିବ ।ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ଜି ଭିଜନ ଡକ୍ୟୁମେଣ୍ଟ ଉପସ୍ଥାପନ କରିଥିଲେ। ୬ଜି ଭିଜନ ଅଧୀନରେ ଭାରତକୁ ୬ଜି ଯୋଗାଯୋଗ କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ହେବାକୁ ପଡ଼ିବ। ଏହା ମାଧ୍ୟମରେ କେବଳ ଭାରତରେ ନୁହେଁ ବରଂ ଅନ୍ୟ ଦେଶରେ ମଧ୍ୟ ସୁଲଭ ଏବଂ ଦ୍ରୁତ ୬ଜି ଇଣ୍ଟରନେଟ୍ ଯୋଗାଇବା ପାଇଁ ଉଦ୍ୟମ କରାଯିବ ।