Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଯଶିପୁର ଅଞ୍ଚଳରେ ଅତର୍କିତ ଚଢ଼ାଉ କରି ୪ଖଣ୍ଡ ହାତୀଦାନ୍ତ ଜବତ କରିଛି ବନ ବିଭାଗ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ଉପନିର୍ଦେଶକ(ଦକ୍ଷିଣ)ଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରି ୪ଖଣ୍ଡ ହାତୀଦାନ୍ତ ଜବତ କରିବା ସହିତ ୫ ଜଣଙ୍କୁ ଗିରଫ କରିଛି । ସେମାନଙ୍କୁ ପଚରାଉଚରା ଜାରିରହିଛି ।
ଶନିବାର ରାତିରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ଉପନିର୍ଦେଶକ(ଦକ୍ଷିଣ) ସମ୍ରାଟ ଗୌଡାଙ୍କ ନେତୃତ୍ୱରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଅତିରିକ୍ତ ବନସଂରକ୍ଷକ, ଆଞ୍ଚଳିକ ଅଧିକାରୀ ସଦଳବଳେ ରାଇରଙ୍ଗପୁର ବନଖଣ୍ଡ ଅଧୀନ ଯଶିପୁର ଅଞ୍ଚଳରେ ଚଢାଉ କରି ୪ଟି ହାତୀ ଦାନ୍ତ ଜବତ କରିଥିଲେ । ଘଟଣାରେ ଜଡିତ ୫ଜଣଙ୍କୁ ଗିରଫ କରିଛନ୍ତି ବୋଲି ଶ୍ରୀ ଗୌଡା କହିଛନ୍ତି ।

Leave a Reply

Your email address will not be published. Required fields are marked *