ରତ୍ନସିଂହାସନରେ ମହାପ୍ରଭୁ। ଲାଗିହେବ ତ୍ରିମୁଣ୍ଡି ଚାନ୍ଦୁଆ

ଶବ୍ଦ ଓଡିଶା ବ୍ୟୁରୋ: ନୀଳକନ୍ଦରକୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ । ଶ୍ରୀଜୀଉମାନେ ନୀଳକନ୍ଦରରେ ବିରାଜମାନ କରିଛନ୍ତି । ରତ୍ନସିଂହାସନରେ ଏବେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ଏହାସହ ଆଜିଠୁ ନୀଳାଦ୍ରି ଅବଢ଼ା ମଧ୍ୟ ଭକ୍ତମାନେ ପାଇପାରିବେ ।
ନୀତି ସରିବା ପରେ ରତ୍ନସିଂହାସନ ଉପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ସମ୍ପାଦନ କରାଯିବ । ଏହାପରେ ଭକ୍ତମାନଙ୍କ ପାଇଁ ସାହାଣମେଲା କରାଯିବ । ପୁଣି ଥରେ ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି । ଦର୍ଶନ ଶୃଙ୍ଖଳିତ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ସେପଟେ ସ୍ନାନ ଯାତ୍ରାରୁ ନୀଳାଦ୍ରି ବିଜେ ଦୀର୍ଘ ୧ ମାସ ପରେ ରତ୍ନସିଂହାସନକୁ ବିଜେ କରିଛନ୍ତି ଚତୁର୍ଦ୍ଧା ବିଗ୍ରହ । ଆଜି ରତ୍ନସିଂହାସନରେ ଲାଗି ହେବ ତ୍ରିମୁଣ୍ଡି ଚାନ୍ଦୁଆ। ବଡ଼ ଓଡ଼ିଆ ମଠ ଏହି ତ୍ରିମୁଣ୍ଡି ଚାନ୍ଦୁଆକୁ ପ୍ରସ୍ତୁତ କରିଛନ୍ତି ।

You May Also Like

More From Author

+ There are no comments

Add yours