କିଣାବିକା ହୋଇପାରିବ ଆପାର୍ଟମେଣ୍ଟ: ଓଡିଶା ଆପାର୍ଟମେଣ୍ଟ ଅଧ୍ୟାଦେଶ ନେଇ ଗେଜେଟ ବିଜ୍ଞପ୍ତି ଜାରି

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧ୍ୟାଦେଶ-୨୦୨୩କୁ ଗେଜେଟ୍ ବିଜ୍ଞପ୍ତି ଆକାରରେ ଆଇନ ବିଭାଗ ପ୍ରକାଶ କରିଛି । ରାଜ୍ୟପାଳଙ୍କ ଅନୁମୋଦନ ମିିଳିବା ପରେ ରାଜ୍ୟ ସରକାର ଏହାକୁ ଗେଜେଟରେ ପ୍ରକାଶ କରିଛନ୍ତି ।

ଓଡ଼ିଶାରେ ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଏହି ଅଧ୍ୟାଦେଶକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଥିଲା । ଏହି ଅଧ୍ୟାଦେଶ ଆପାର୍ଟମେଣ୍ଟ କ୍ଷେତ୍ରରେ ଲାଗୁହେବ । ଓଡ଼ିଶା ଆପାର୍ଟମେଣ୍ଟ ବିଲ୍ ୨୦୨୩, ଗତ ବିଧାନସଭା ଅଧିବେଶନରେ ଉପସ୍ଥାପନ କରାଯାଇଥିଲା । ତେବେ ଅଧିବେଶନର ଶେଷ ଦିନରେ ଏହାକୁ ପ୍ରତ୍ୟାହାର କରି ନେଇଥିଲେ ରାଜ୍ୟ ସରକାର । ପରେ ଏନେଇ ଏକ ଅଧ୍ୟାଦେଶକୁ କ୍ୟାବିନେଟ୍ ମଂଜୁରି ଦେଇଥିଲା ଏବଂ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା ।

ରାଜ୍ୟପାଳଙ୍କ ଅନୁମୋଦନ ପାଇବା ପରେ ଜୁନ ୨୮ ତାରିଖରେ ସର୍ବସାଧାରଣଙ୍କ ସୂଚନା ପାଇଁ ଆଇନବିଭାଗ ଦ୍ୱାରା ବିଧିବଦ୍ଧ ଭାବେ ଗେଜେଟରେ ପ୍ରକାଶ ପାଇଛି । ଏହା ଫଳରେ ଆପାର୍ଟମେଣ୍ଟରେ ଫ୍ଲାଟ ମାଲିକଙ୍କୁ କମନ ଏରିଆର ମାଲିକାନା ଅଧିକାର ମିଳିବ । ସର୍ବସାଧାରଣଙ୍କ ପାଇଁ ଆପାର୍ଟମେଣ୍ଟ ରେ ସଂରକ୍ଷିତ ଥିବା ସ୍ଥାନ ଉପରେ ବିଲଡରମାନେ ଅଧିକାର ଜାହିର କରିପାରିବେ ନାହିଁ । ଆପାର୍ଟମେଣ୍ଟ ର କମନ୍ ଏରିଆ ଯଥା-ଷ୍ଟେୟାର୍ କେସ୍, ଖେଳ ପଡିଆ, ପାର୍କିଂ, ସୁଇମିଂ ପୁଲ୍ ଆଦି ସ୍ଥାନ ମାଲିକ ସଂଘ ନାଁରେ ପଞ୍ଜିକୃତ ହୋଇପାରିବ ।

You May Also Like

More From Author

+ There are no comments

Add yours