Thu. Oct 15th, 2026

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅଜିତ ପାୱାର । ସେ ନିଜ ସହ ୨୫ରୁ ଅଧିକ ବିଧାୟକଙ୍କୁ ନେଇ ସେ ଏନଡିଏରେ ମିଶିଛନ୍ତି । ଆଜି ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ଧରଣର ହଟଚମଟ ଖେଳି ଯାଇଥିଲା । ହଠାତ୍ ରାଜଭବନରେ ଏକନାଥ ସନ୍ଦେଙ୍କ ସହ ଏନସିପିର କିଛି ବିଧାୟକ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲେ । ଶରଦ ପାୱାରଙ୍କ ପୁତୁରା ତଥା ଏନସିପିର ବରିଷ୍ଠ ନେତା ଅଜିତ ପାୱାର ଓ ପ୍ରାୟ ୯ ଜଣ ବିଧାୟକ ଆଜି ବିଧିବଦ୍ଧ ଭାବେ ଏକନାଥ ସିନ୍ଦେ ଓ ବିଜେପି ମିଳିତ ଭାବେ ମହାରାଷ୍ଟ୍ରରେ ଗଠନ କରିଥିବା ସରକାରଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ସମର୍ଥନ ଦେବା ମାତ୍ରେ ଅଜିତ ପାୱାର ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଥିଲେ। ଏହାପରେ ସେହିଠାରେ ହିଁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଜିତ ପାୱାର ମହାରାଷ୍ଟ୍ରର ନୂଆ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ ଆଉ ୯ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Leave a Reply

Your email address will not be published. Required fields are marked *