ରାୟଗଡାର କସ୍ତୁରୀ ନଗର ସ୍ଥିତ ସକ୍ଷମ କାର୍ଯ୍ୟାଳୟ ଠାରେ ସମୟ ସକାଳ ୧୧ ରେ ସକ୍ଷମ ପ୍ରତିଷ୍ଠା ଦିବସ ପାଳନ କରାଜାଇଛି। ଏହି କାର୍ଯ୍ୟକ୍ରମରେ ସକ୍ଷମର ରାଜ୍ୟ ସଂରକ୍ଷକ ଡକ୍ଟର ବାଦଲ କୁମାର ତାହା, ସକ୍ଷମ ଜ଼ିଲ୍ଲା ସହ-ସମ୍ପାଦକ ଶ୍ରୀ ଜଳନ୍ଧର ବାଚେଲି, ଜ଼ିଲ୍ଲା ଦିବ୍ୟାଙ୍ଗ କେନ୍ଦ୍ର ପାଳକ ଶ୍ରୀ ଏମ ବିଦ୍ୟା ସାଗର, ସେବା ଭାରତୀ ଜ଼ିଲ୍ଲା ସମ୍ପାଦକ ଶ୍ରୀ ବିଦ୍ୟା ଭୂଷଣ ପଣ୍ଡା, ଦିବ୍ୟାଙ୍ଗ ମିତ୍ର ଶ୍ରୀ ରବିନ୍ଦ୍ର ପାଟଖଣ୍ଡଲ, ଶ୍ରୀ ବିଜୟ ଦାଶ, ସୁଶ୍ରୀ କବିତା ମାଣ୍ଡାଙ୍ଗି ଏବଂ ଦିବ୍ୟାଙ୍ଗ ଭାଇ ଭଉଣୀ ଉପସ୍ଥିତ ଥିଲେ. ସକ୍ଷମ ର ଆଗାମି ଦିନର ଯୋଜନା ଏବଂ ଲକ୍ଷ୍ୟ ଉପରେ ଡକ୍ଟର ବାଦଲ କୁମାର ତାହା ବିସ୍ତୃତ ଭାବେ ଉପସ୍ଥାପନା କରିଥିଲେ। ଶ୍ରୀ ଶ୍ୟାମ କୁମାର ଦାଶ, ରାଜ୍ୟ ଯୁବା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


