ଛତିଶଗଡରେ କଂଗ୍ରେସର ମାଷ୍ଟରଷ୍ଟ୍ରୋକ: ଟି.ଏସ ସିଂହଦେଓ ହେବେ ନୂଆ ଉପମୁଖ୍ୟମନ୍ତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡରେ କଂଗ୍ରେସ ବଡ ନିଷ୍ପତି । ରାଜ୍ୟର ଶିକ୍ଷା ଓ ସ୍ୱାସ୍ୟମନ୍ତ୍ରୀ ଟି.ଏସ ସିଂହଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜନ ଖଡଗେ । ଖଡଗେ କହିଛନ୍ତି, ସିଂଦେଓଙ୍କ ସେବାରେ ଛତିଶଗଡବାସୀ ଉପକୃତ ହେବେ । ଟିଏସ ସିଂହଦେଓଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଛତିଶଗଡରେ ଚଳିତବର୍ଷ ଶେଷରେ ବିଧାନସଭା ନିର୍ବାଚନ ହେବାର ଅଛି । ୨୦୧୮ରେ ହୋଇଥିବା ନିର୍ବାଚନରେ ମୋଟ ୯୦ ଆସନ ମଧ୍ୟରୁ କଂଗ୍ରେସ ୬୮ଟି ଆସନ ପାଇଥିଲା । ବିଜେପି ମାତ୍ର ୧୫ଟି ଆସନ ପାଇଥିଲା । ଟିଏସ ସିଂହଦେଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଥିଲେ ବି ଭୂପେଶ ବଘେଲଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା କଂଗ୍ରେସ ।

You May Also Like

More From Author

+ There are no comments

Add yours