ମାଲକାନଗିରି ସୀମାରେ ମାତିଲେ ମାଓବାଦୀ। ୨ ଜଣଙ୍କୁ ଅପହରଣ ପରେ ହତ୍ୟା କଲେ ମାଓବାଦୀ

ଶବ୍ଦ ଓଡିଶା ବ୍ୟୁରୋ: ମାଲକାନଗିରି ସୀମାରେ ମାଓବାଦୀଙ୍କ ବର୍ବରକାଣ୍ଡ । ଅପହରଣ ପରେ ୨ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ପ୍ରଜାକୋର୍ଟରେ ଦୁଇ ଜଣ ଗାଁ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ।
ଛତିଶଗଡ଼ ସୁକମା ଜିଲ୍ଲା ତାଡ଼ମେଟଲା ପଞ୍ଚାୟତର ନାଏବ ସରପଞ୍ଚ ମାଡ଼ବୀ ଗଙ୍ଗା ଏବଂ ଶିକ୍ଷାଦୁତ କବାସୀଙ୍କ ମୃତ୍ୟୁ ହୋଇଛି । ମାଓବାଦୀମାନେ ନାଏବ ସରପଞ୍ଚଙ୍କ ସମେତ ୧୫ ଜଣ ଗାଁ ଲୋକଙ୍କୁ ଅପହରଣ କରିଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି ।

You May Also Like

More From Author

+ There are no comments

Add yours