ଖୁବଶୀଘ୍ର ମହାକାଶ ମୁହାଁ ହେବ ଚନ୍ଦ୍ରଯାନ-୩, ଆଦିତ୍ୟ-ଏଲ୧କୁ ନେଇ ଟିପ୍ପଣୀ ରଖିଲେ ଇସ୍ରୋ ଅଧ୍ୟକ୍ଷ

ଭାରତରେ ଚନ୍ଦ୍ରଯାନ-୩କୁ ନେଇ ଲାଗି ରହିଥିବା ଅପେକ୍ଷା ଶେଷ ହେବାକୁ ଯାଉଛି । ଏହି ମହାକାଶ ଯାନକୁ ଚନ୍ଦ୍ରରେ ଅବତରଣ କରାଯିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଜୁଲାଇ ୧୩ ତାରିଖରେ ଚନ୍ଦ୍ରଯାନ-୩କୁ ଉତକ୍ଷେପଣ କରିବ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା କେନ୍ଦ୍ରରୁ ଅପରାହ୍ନ ୨ଟାରେ ଚନ୍ଦଯାନ -୩ର ଉତକ୍ଷେପଣ କରାଯିବ । ଯଦି ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ହେବ ତେବେ ବିଶ୍ୱରେ ଭାରତ ଏହି ମାମଲାରେ ଚତୁର୍ଥ ଦେଶ ଭାବେ ପରିଗଣିତ ହେବ । ଏହା ପୂର୍ବରୁ ଋଷିଆ, ଆମେରିକା ଓ ଚାଇନା ନିଜର ମହାକାଶଯାନକୁ ଚନ୍ଦ୍ରରେ ଅବତରଣ କରାଇସାରିଛନ୍ତି ।ଏହା ସହ ଇସ୍ରୋର ମୁଖ୍ୟ ଏସ ସୋମନାଥ ସୂର୍ଯ୍ୟ ଅଧ୍ୟୟନ ପାଇଁ ଭାରତର ପ୍ରଥମ ମିଶନ୍ ଆଦିତ୍ୟ-ଏଲ୧ ମିଶନ୍ ଉପରେ ଏକ ଟିପ୍ପଣୀ ଦେଇଛନ୍ତି। ଅଗଷ୍ଟ ୧୦ ସୁଦ୍ଧା ଏହାକୁ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ ମତ ଦେଇଛନ୍ତି। ଆମେରିକା ସହ ମିଶି ଏହି ପ୍ରୋଜେକ୍ଟକୁ କାର୍ଯ୍ୟକାରୀ କରିବାର ଲକ୍ଷ୍ୟ ରଖିଛି ଭାରତ।

You May Also Like

More From Author

+ There are no comments

Add yours