ଭାରତରେ ଚନ୍ଦ୍ରଯାନ-୩କୁ ନେଇ ଲାଗି ରହିଥିବା ଅପେକ୍ଷା ଶେଷ ହେବାକୁ ଯାଉଛି । ଏହି ମହାକାଶ ଯାନକୁ ଚନ୍ଦ୍ରରେ ଅବତରଣ କରାଯିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଜୁଲାଇ ୧୩ ତାରିଖରେ ଚନ୍ଦ୍ରଯାନ-୩କୁ ଉତକ୍ଷେପଣ କରିବ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା କେନ୍ଦ୍ରରୁ ଅପରାହ୍ନ ୨ଟାରେ ଚନ୍ଦଯାନ -୩ର ଉତକ୍ଷେପଣ କରାଯିବ । ଯଦି ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ହେବ ତେବେ ବିଶ୍ୱରେ ଭାରତ ଏହି ମାମଲାରେ ଚତୁର୍ଥ ଦେଶ ଭାବେ ପରିଗଣିତ ହେବ । ଏହା ପୂର୍ବରୁ ଋଷିଆ, ଆମେରିକା ଓ ଚାଇନା ନିଜର ମହାକାଶଯାନକୁ ଚନ୍ଦ୍ରରେ ଅବତରଣ କରାଇସାରିଛନ୍ତି ।ଏହା ସହ ଇସ୍ରୋର ମୁଖ୍ୟ ଏସ ସୋମନାଥ ସୂର୍ଯ୍ୟ ଅଧ୍ୟୟନ ପାଇଁ ଭାରତର ପ୍ରଥମ ମିଶନ୍ ଆଦିତ୍ୟ-ଏଲ୧ ମିଶନ୍ ଉପରେ ଏକ ଟିପ୍ପଣୀ ଦେଇଛନ୍ତି। ଅଗଷ୍ଟ ୧୦ ସୁଦ୍ଧା ଏହାକୁ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ ମତ ଦେଇଛନ୍ତି। ଆମେରିକା ସହ ମିଶି ଏହି ପ୍ରୋଜେକ୍ଟକୁ କାର୍ଯ୍ୟକାରୀ କରିବାର ଲକ୍ଷ୍ୟ ରଖିଛି ଭାରତ।