ପ୍ରୋଟିନ ଓ ଜିଙ୍କ ଯୁକ୍ତ ଧାନ ବିହନ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ଵର ପକ୍ଷରୁ ପ୍ରୋଟିନ ଓ ଜିଙ୍କ ଯୁକ୍ତ ଧାନ ବିହନ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ ବୋରିଗୁମ୍ମା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛିl ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ଵର ପକ୍ଷରୁ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ କଟକର ପ୍ରୋଟିନ ଓ ଜୀଙ୍କ ଯୁକ୍ତ ସି ଆର୍ ୩୧୧ ଓ ସି ଆର୍ ୪୧୧ ଦୁଇଟି କିସମର ଅଧିକ ଅମଳ କ୍ଷମ ଧାନ ବିହନ ୧୨ ଟି ଗ୍ରାମ ପଞ୍ଚାୟତର ୩୫ ଜଣ ଚାଷୀଙ୍କୁ ୧୦ କିଲୋଗ୍ରାମ ଲେଖାଏଁ ଯୋଗାଇ ଦିଆ ଯାଇଛି l ଏହି ଦୁଇଟି କିସମ ମାଧ୍ୟମ କିସମ ଜମିରେ ଚାଷ କରାଯାଇପାରିବ l ହେକ୍ଟର ପିଛା ୫୫୦୦ କେଜି ଧାନ ଅମଳ ହୋଇପାରିବ ବୋଲି ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ କଟକ ପକ୍ଷରୁ କୁହାଯାଇଛି l ଡିବିଟି କିଶାନ୍ କାର୍ଯ୍ୟକ୍ରମ ମାଧ୍ୟମରେ ଧାନ ବିହନ ଯୋଗାଇ ଦିଆଯାଇଛି l ଏହି କାର୍ଯ୍ୟକ୍ରମରେ ବୋରିଗୁମ୍ମା ବ୍ଲକ୍ ର ବ୍ଲକ୍ କୃଷି ଅଧିକାରୀ ରାଜା ରାଓ, ବ୍ଲକ୍ ସମ୍ପ୍ରସାରଣ ଅଧିକାରୀ ଗୁରୁବନ୍ଧୁ ପୂଜାରୀ, ବ୍ଲକ୍ ଜୀବିକା ମିଶନ ର କୋଡ଼ିନେଟର ଦେବେନ୍ଦ୍ର ପଣ୍ଡା, ବୋଣ୍ଡିଗୁଡା ପଞ୍ଚାୟତର ସରପଞ୍ଚ ଗଣେଶ୍ୱର ନାୟକ ଓ ଗିରିଧାରୀ ପ୍ରଧାନ ଚାଷୀ ମାନଙ୍କୁ ଧାନ ବଣ୍ଟନ କରି ଥିଲେ l

You May Also Like

More From Author

+ There are no comments

Add yours