ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବଡ଼ ଦୁର୍ଘଟଣା । ସୂଚନା ଦେଲେ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ । ଦିଗପହଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତନାଘନା । ପଚରାଉଚରା ପରେ OSRTC ବସ ଡ୍ରାଇଭର ମାନସ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ । ଘଟଣାର ତଦନ୍ତ କରୁଥିଲେ ଚିକିଟି SDPO ଓ ଦିଗପହଣ୍ଡି ଥାନା ଅଧିକାରୀ ।ଗତକାଲି ରାତିରେ ଡ୍ରାଇଭର ସହ ତଦନ୍ତକାରୀ ଟିମ୍ ମଧ୍ୟ ଆଲୋଚନା କରିଥିଲେ । ଦୁଇ ଜଣ ଇଞ୍ଜିନିୟର ଜଣେ ଅଭିଜ୍ଞ ଡାକ୍ତରଙ୍କ ସମେତ ଏନଫୋର୍ସମେଣ୍ଟ ଡିଏସପି ଏହି ଟିମରେ ସାମିଲ ଅଛନ୍ତି । ସେହିପରି MKCG ମେଡିକାଲରେ ଥିବା ଘରୋଇ ମିନି ବସର ଡ୍ରାଇଭରଙ୍କୁ ଭେଟିଛନ୍ତି ତଦନ୍ତକାରୀ ଟିମ । ଘରୋଇ ମିନି ବସର ପରମିଟ ନଥିବା ବେଳେ ଇନସ୍ୟୁରାନ୍ସ ଅବଧୀ ସରିଯାଇଥିଲା । ମିନି ବସ ମାଲିକକୁ ଚିହ୍ନଟ କରାଯାଇଥିବା ବେଳେ, ତାଙ୍କୁ ଖୋଜୁଛି ପୋଲିସ । ଗତକାଲି ଭୟଙ୍କର ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୯ ଜଣଙ୍କର ଚିକିତ୍ସା ଚାଲିଛି । ସେପଟେ ମୃତକଙ୍କ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।ଆଜି ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରାଯିବ । ଦୁର୍ଘଟଣାର ଆଜି ରିପୋର୍ଟ ଦେବେ ତଦନ୍ତକାରୀ ଟିମ୍ ।
You May Also Like
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ
August 21, 2024
More From Author
ବନ୍ଦ୍ ହୋଇଯିବ ଇଣ୍ଟରନେଟ!
July 13, 2023
ବିଜେପି ଜାତୀୟ କାର୍ଯ୍ୟକାରୀ କମିଟିରେ ସମୀର
July 13, 2023
ସଂରକ୍ଷିତ ଜଙ୍ଗଲରୁ ବାରହା ମାଂସ ଜବତ, ୨ଗିରଫ
July 12, 2023
+ There are no comments
Add yours