Thu. Oct 15th, 2026

ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ କରାଯାଇଛି ଚଢ଼ାଉ। ପୁରୀ ଜିଲ୍ଲା ସଦର ରେଞ୍ଜର ନିରୀକ୍ଷକା ଶ୍ରୀମତୀ ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ସତ୍ୟବାଦୀ ଥାନା ଅଧୀନ ବୀର ଗୋବିନ୍ଦପୁର ସ୍ଥିତ ଦକ୍ଷିଣ କାଳି ମନ୍ଦିର ଅଂଚଳରେ ଚଢ଼ାଉ କରିଛି। ଅଭିଯୁକ୍ତ ହେଲେ ୨୩ ବର୍ଷୀୟ ଜୀବନ ଦିକ୍ଷୀତ। ଗିରଫ କରି ତାଙ୍କ ଠାରୁ ୭୫ଗ୍ରାମ ହିରୋଇନ୍ ଜବତ କରାଯାଇଛି ଏବଂ ଜିଲ୍ଲା ସଦର ରେଞ୍ଜ କେସ ନଂ -୩୧/୨୩-୨୪ରୁଜୁ କରି କୋର୍ଟ ଚାଲାଣ କରିଛି ପୋଲିସ। ଜାମିନ ନାମଞ୍ଜୁର ହେବାରୁ ପୁରୀ କାରଗାରକୁ ପଠାଯାଇଛି। ଜବତ ହିରୋଇନ୍ ର ମୂଲ୍ୟ ପ୍ରାୟ ୭ ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ। ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ଶ୍ରୀ ରଙ୍କନିଧି ମଲ୍ଲିକ, ଏଏସଇ ସନ୍ତୋଷ ନାୟକ, ପୁନଚନ୍ଦ୍ର ନାୟକ ଏବଂ କର୍ମଚାରୀ ଶେଖ୍ ୱାରିଶ, ପ୍ରବୀଣ ବିରାଜ କୀରୋ, ଫିରୋଜ ମହାନଦୀଆ, ସଞ୍ଜୀବ ହସ୍ତି, ସ୍ୱାଗତିକା ଘଡେ଼ଇ,ପ୍ରଦୀପ ମଲ୍ଲିକ ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *