Thu. Oct 15th, 2026

ଦିଗପହଣ୍ଡି ଦୁର୍ଘଟଣା ପରେ ଭାଇରାଲ ହେଉଛି ବାହାଘରର ଫଟୋ । ଏଇ ବାହାଘରରେ କେତେ ଖୁସି ମନେଇଥିଲେ । ହସିଥିଲେ, ନାଚିଥିଲେ । ସେ ସବୁର ଫଟୋ ଏବେ ସୋସିଆଲ ମିଡିଆାରେ ଘୁରି ବୁଲୁଛି । ହସଖୁସି ମୁହୂର୍ତ୍ତର ଏଇ ଫଟୋ ଦେଖି ପରିବାର ଲୋକଙ୍କ ଛାତି ଫାଟି ଯାଉଛି ।ରବିବାର ରାତିରେ ବ୍ରହ୍ମପୁର ବ୍ରହ୍ମାନଗରରେ ଥିଲା ବାହାଘର । ଉତ୍ସବରେ ଯୋଗଦେବା ପାଇଁ ଯାଇଥିଲେ ପାଟପୁର ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗାଁରୁ ପ୍ରାୟ ୩୦ ଜଣ ଲୋକ । ବାହାଘର ସରିଲା । ବାହାଘର ଭୋଜି ଖାଇଲେ । କନ୍ୟା ବିଦା ପରେ ଏକ ମିନି ବସରେ ସମସ୍ତେ ନିଜ ଗାଁକୁ ଫେରୁଥିଲେ ।ଘରେ ପହଞ୍ଚିବାକୁ ଆଉ ଅଳ୍ପ ବାଟ ବାକିଥାଏ । ରାତି ପ୍ରାୟ ସାଢେ ଗୋଟାଏ ହେବ । ଖେମୁଣ୍ଡି ଛକ ପାରି ହୋଇ ମଳାଭଂଜା ନିକଟରେ ମିନି ବସଟି ପହଂଚି ସାରିଥିଲା । ଏହି ସମୟରେ ବିପରୀତ ଦିଗରୁ ଗୁଡାରୀରୁ ବ୍ରହ୍ମପୁର ଆସୁଥିବା ଓଏସଆରଟିସିର ଏକ ବସ୍ ଦ୍ରୁତ ଗତିରେ ଆସି ମିନି ବସଟିକୁ ଧକ୍କା ଦେଇଥିଲା ।ମୃତକମାନେ ହେଲେ, ଶିବାନୀ ପ୍ରଧାନ, ରୂପାଲି ପ୍ରଧାନ, ସୁଜ୍ଞାନୀ କୁମାର ପ୍ରଧାନ, ସଙ୍ଗୀତା ଡାକୁଆ, ଲିଟୁ ନାୟକ, ତ୍ରିପତି ପ୍ରଧାନ, ରମେଶ ପ୍ରଧାନ, ସୀତାରାମ ପ୍ରଧାନ, ଶୁଭେନ୍ଦୁ ପ୍ରଧାନ, ସଞ୍ଜୟ ମେଦିନ ରୟ । ଏମାନଙ୍କ ସହିତ ବର୍ଷକର ଶିଶୁ ହାର୍ଦ୍ଦିକ ଓ ୩ ବର୍ଷର ଶିଶୁ ଦିବ୍ୟାଂଶୁ ପ୍ରଧାନଙ୍କର ମଧ୍ୟ ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *