ଫିଲ୍ମ ଷ୍ଟାଇଲରେ ଆସି ଗୋଟିଏ କାର୍କୁ ଅଟକାଇ ଲୁଟ କରିଛନ୍ତି। ଜଣେ ଡେଲିଭରୀ ଏଜେଣ୍ଟ ଓ ତାଙ୍କ ସହଯୋଗୀଙ୍କୁ ବନ୍ଧୁକ ଦେଖାଇ ସେମାନେ ନଗଦ ୨ ଲକ୍ଷ ଟଙ୍କା ନେଇ ଯାଇଛନ୍ତି। ଡେଲଭରୀ ଏଜେଣ୍ଟ ଗୁରୁଗ୍ରାମକୁ ଟଙ୍କା ଦେବାକୁ ଯାଉଥିବା ବେଳେ ଏପରି ଘଟଣା ଘଟିଛି ଯୁବକ।୧.୫ କିମିର ଏହି ଟନେଲଟି ଦିଲ୍ଲୀ ସହ ସରାଇ କାଲେ ଖାନ ଓ ନୋଏଡାକୁ ଯୋଡ଼ିଥାଏ। ହେଲେ ଏବେ ଟନେଲ ଭିତରେ ଲୁଟ ହୋଇଛି। ଲୁଟ ବେଳର ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଟାର୍ଗେଟ କରି ତାଙ୍କ ଇସ୍ତଫା ମାଗିଛନ୍ତି।