ଭୟଙ୍କର ବସ୍ ଦୁର୍ଘଟଣା ନେଲା ୧୨ଜଣଙ୍କର ଜୀବନ

ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ସମ୍ମୁଖରେ ରବିବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ବ୍ରହ୍ମପୁରରେ ଏକ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଏକ ମିନି ବସ୍ ଦିଗପହଣ୍ଡି ଆଡ଼କୁ ଯାଉଥିଲା । ଏହି ସମୟରେ ବିପରିତ ଦିଗ ଅର୍ଥାତ ଗୁଡ଼ାରୀ ରାୟଗଡ଼ ପଟରୁ ଓଏସଆରଟିସିର ଏକ ବସ୍ ଆସୁଥିଲା ।

ରାତି ପ୍ରାୟ ଗୋଟାଏ ବେଳେ ଖେମୁଣ୍ଡି କଲେଜ ସମ୍ମୁଖରେ ଉଭୟ ବସ୍ ଭିତରେ ମୁହାଁମୁହିଁ ଧକ୍କା ହୋଇଥିଲା । ଖବର ମିଳିବା କ୍ଷଣ ଦିଗପହଣ୍ଡି ପୁଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ । ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୨ଜଣଙ୍କ ମୃତ୍ୟୁ ହୋଇଛି ।

You May Also Like

More From Author

+ There are no comments

Add yours