

ପବିତ୍ର ରଥଯାତ୍ରା ଅବସରରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଦ୍ବାରା ବିଜୁ ଜନତାଦଳ କାର୍ଯ୍ୟାଳୟ, ରାମପୁର ରୋଡ ଠାରେ ଚିଲିକା ନିର୍ବାଚନ ମଣ୍ଡଳୀ ସ୍ଥରୀୟ “ବନ୍ଧୁ ମିଳନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ଚିଲିକା ବ୍ଲକ ସଭାପତି, ଉପ- ସଭାପତି,ପୂର୍ବତନ ବ୍ଲକ ଅଧ୍ୟକ୍ଷ, ପ୍ରତ୍ୟକ ପଂଚାୟତର ସଭାପତି ଓ ଛାମୁଆ ନେତା ଓ ଆଗ ଧାଡିର ସମସ୍ତ ନେତା ଓ ଉପସ୍ଥିତି ଥିଲେ। ଆଜିର ବନ୍ଧୁ ମିଳନ’ କାର୍ଯ୍ୟକ୍ରମ ଅବସରରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଉଦ୍ବୋଧନର ମୂଖ୍ୟ କେନ୍ଦ୍ରବିନ୍ଦୁ ଥିଲା ଆଗାମୀ ନିର୍ବାଚନ। ସାଂପ୍ରତିକ ପରିସ୍ଥିତିରେ ଆଗାମୀ ନିର୍ବାଚନରେ ବିଜୁଜନତା ଦଳ ତଥା ଆମର ପ୍ରୀୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ଓ ସବୁକିଛି ଭୁଲି ବିଜୁ ଜନତା ଦଳପାଇଁ ଏକତ୍ରୀତ ଭାବେ ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ କାର୍ଯ୍ୟ କରିବାର ମୂଖ୍ୟ ଲକ୍ଷ୍ୟ ଥିଲା। ଆଜିର ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ କିଛି ଆଗଧାଡିଆ ବି ଜେ.ପି. ଦଳର ନେତା ବିଜୁ ଜନତା ଦଳରେ ସାମିଲ ହେବା ସହ ଦଳର ଚିହ୍ନ ଓ ଉପଢୌକନ ସହ ସ୍ବାଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ କର୍ମକର୍ତା ଯୋଗଦେଇଥିଲେ