Wed. Oct 14th, 2026

ପବିତ୍ର ରଥଯାତ୍ରା ଅବସରରେ କୋରାପୁଟ ଦାମନଯୋଡିର ଗାଳ୍ପିକ ବିଜୟ କୁମାର ଜେନାଙ୍କ ବହି ଆର୍ଯ୍ୟଭୂମି ଲଦାଖ ଆତ୍ମ ପ୍ରକାଶ କରିଛି। ଏହି ବହିର ପ୍ରଚ୍ଛଦ ସଜ୍ଜା, କଭର ଡିଜାଇନ୍ ଓ ପ୍ରକାଶନ ,ଶଦ୍ଦ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ, ଭୁବନେଶ୍ୱର ପ୍ରକାଶନ ବିଭାଗ ତରଫରୁ ସୁନ୍ଦର ଭାବେ କରାଯାଇଛି। ଏହି ବହି ଏକ ଭ୍ରମଣ କାହାଣୀ, ଯେଉଁଥିରେ ଲେଖକ ଜମ୍ମୁ କାଶ୍ମୀରର ଲଦାଖ ଓ ଆଖପାଖ ଅଞ୍ଚଳକୁ ନିଜେ ବୁଲିବା ବେଳେ, ଯାହା ଦେଖିଛନ୍ତି, ତାହାକୁ ପାଠକଙ୍କ ପାଇଁ ପରଷିଛନ୍ତି। ଏହି ବହିରେ କିଛି ଇତିହାସ, ସଂସ୍କୃତି, ପର୍ଯ୍ୟଟନ ଓ ମନଛୁଆଁ ଫଟୋ, ପାଠକଙ୍କୁ ଆକୃଷ୍ଟ କରିବ। ପବିତ୍ର ଶ୍ରୀଗୁଣ୍ଡିଚାରେ ବହି ପ୍ରକାଶନ ପରେ ଶଦ୍ଦ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ସୁଶ୍ରୀ ସୁଚରିତା ଦାଶ ଓ ନିର୍ଦ୍ଦେଶକ ଶକ୍ତି ଶଙ୍କର ଦାଶ, ଆର୍ଯ୍ୟଭୂମି ଲଦାଖ ବହିର ଲେଖକ ବିଜୟ କୁମାର ଜେନାଙ୍କୁ ଶୁଭେଛା ଜଣାଇଛନ୍ତି।ଏହି ବହି ପାଠକଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଛି। ଶଦ୍ଦ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ, ଭୁବନେଶ୍ୱର ଦ୍ଵାରା ବିଜୟ କୁମାର ଜେନାଙ୍କ ଏହି ବହି ଆର୍ଯ୍ୟଭୂମି ଲଦାଖ ପ୍ରକାଶିତ ହୋଇଛି।

ବହି କିଣିବାକୁ ଚାହୁଁଥିଲେ ଆମକୁ ଯୋଗଯୋଗ କରନ୍ତୁ। ଏଥିପାଇଁ ଆପଣଙ୍କୁ ରଥଯାତ୍ରାରୁ ବାହୁଡା଼ ମଧ୍ୟରେ କିଣିଲେ ବହିର ମୂଲ୍ୟ ,୨୭୦ ଟଙ୍କା ବଦଳରେ ୨୦୦ ଟଙ୍କା ପଡ଼ିବ। ଏଥିପାଇଁ ଆପଣ ଆମକୁ 7381059707 ମୋବାଇଲ ନମ୍ବର୍ ରେ ଯୋଗାଯୋଗ କରିପାରିବେ। ଏଥିପାଇଁ ଆବଶ୍ୟକ ଦେୟ ଆମ ବ୍ୟାଙ୍କ୍ ଆମ Account ନମ୍ୱର୍ 257381059707, IndusInd Bank,IFSC code  INDB0000035 କୁ ପଠାଇପାରିବେ। ଆମ ଅନୁଷ୍ଠାନ ତରଫରୁ ଆପଣଙ୍କ ଠିକଣାରେ ବହି ପଠାଇ ଦିଆଯିବ।

Leave a Reply

Your email address will not be published. Required fields are marked *