ଆସନ୍ତା ୨୧ ତାରିଖରୁ ସ୍କୁଲ ଖୋଲିବ। ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପଶ୍ଚିମ ଓଡିଶାର ୭ଟି ଜିଲ୍ଲାର ସ୍ଥିତିକୁ ନେଇ ଜିଲାପାଳ ପଦକ୍ଷେପ ନେବେ। ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ବରଗଡ, ଅନୁଗୁଳ, ସୋନପୁର, ବଲାଙ୍ଗୀର ଜିଲ୍ଲାର ଜିଲ୍ଲାପାଳ ତାତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବେ।ସମ୍ପୃକ୍ତ ଜିଲ୍ଶାରେ ସ୍କୁଲ ସକାଳୁଆ ହେବ କି ବନ୍ଦ ରହିବ ସେ ନେଇ ଜିଲାପାଳ ନିଷ୍ପତ୍ତି ନେବେ।ପୂର୍ବରୁ ୧୯ ତାରିଖରେ ସ୍କୁଲ ଖୋଲିବାକୁ ଘୋଷଣା କରାଯାଇଥିଲା। ତେବେ ତାତି ଏବଂ ଜୁନ ୨୦ରେ ରଥଯାତ୍ରା ହୋଇଥିବାରୁ ୨୧ ତାରିଖରେ ଅର୍ଥାତ ବୁଧବାର ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟ ସରକାର ଏପ୍ରିଲ ୨୧ ତାରିଖରୁ ବିଦ୍ୟାଳୟଗୁଡିକରେ ଖରା ଛୁଟି ଘୋଷଣା କରିଥିଲେ।