Wed. Oct 14th, 2026

ଅଗ୍ନିବର୍ଷା ସାଙ୍ଗକୁ ଅସମ୍ଭବ ଗୁଳୁଗୁଳିରେ ସିଝୁଛି ଓଡ଼ିଶା। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ୧୯ ତାରିଖ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। କଲବଲ କରିବ ଭୀଷଣ ଗ୍ରୀଷ୍ମ ପ୍ରବାହ। ତେବେ ପରବର୍ତ୍ତୀ ୨ ଦିନରେ ତାପମାତ୍ରା ୩ରୁ ୫ ଡିଗ୍ରୀ କମିପାରେ।୨୦ ତାରିଖରେ କେବଳ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଜୁନ୍ ୨୧ ତାରିଖରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ମେଘୁଆ ପାଗ ଓ ବର୍ଷା ସମ୍ଭାବନା ରହିଛି। ଏଥିସହ ୨୧ କିମ୍ବା ୨୨ ତାରିଖରେ ଓଡ଼ିଶାର କିଛି ସ୍ଥାନରେ ମୌସୁମୀ ବର୍ଷା ହୋଇପାରେ।ସେପଟେ ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ କାରଣରୁ ତଥା ଅଂଶୁଘାତରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ଅନୁକମ୍ପା ଦେବାକୁ ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *