ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାବୁପାଲି ପଂଚାୟତର ପଲସାପାଲି ଗାଁରେ ଥିବା ଏକ ଚାଷଜମିରେ କେହିଜଣେ ଦୁର୍ବୃତ୍ତ ନିଆଁ ଲଗେଇଥିଲା l ନିଆଁ ବ୍ୟାପି ଗାଁର ଚୈତନ୍ୟ ମେଲ୍ଲୀ ଏବଂ କୃପାମେଲ୍ଲୀଙ୍କ ଘରେ ଲାଗିଥିଲା l ନିଆଁର କରାଳ ଆଁରେ ଜୀବନ୍ତ ଦଗ୍ଧ ହେଲେ ୭ ଗାଈ ବାଛୁରୀ। ଜଳିଗଲା ୪୦ ପ୍ୟାକେଟ ଧାନ ଏବଂ ୪ ବଖରା ଘର ସହ ଲକ୍ଷାଧିକ ତାଙ୍କର ସମ୍ପତ୍ତି ନଷ୍ଟ l ଘଟଣା ସ୍ଥଳରେ ରାମପୁର ଅଗ୍ନିଶମ ବାହିନୀର କର୍ମକର୍ତ୍ତା ନିଆଁକୁ ଆୟତ୍ତ କରିଥିଲେ l ବର୍ତମାନ ପର୍ଯ୍ୟନ୍ତ ଘଟଣା ସ୍ଥଳରେ କୌଣସି ସରକାରୀ କର୍ମଚାରୀ ପହଂଚି ନଥିବା ବେଳେ ଚୈତନ୍ୟ ଏବଂ କୃପାଙ୍କୁ ସରକାରୀ ସହାୟତା ଜରୁରୀ ହୋଇ ପଡିଛି l