ଆଉ ଦିନ କେଇଟା ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରଥଯାତ୍ରା। ସେଣ୍ଡ ଯୋନ ଆମ୍ବୁଲାନ୍ସ ପୁରୀ ଜିଲ୍ଲା ପକ୍ଷରୁ ତିନିଦିନିଆ ଆସୁ ଚିକିତ୍ସା ପ୍ରଶିକ୍ଷଣ ଶିବିର ଆୟୋଜନ ଆରମ୍ଭ ହୋଇଛି । ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପ୍ରଯନ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତ ପାଇଁ ସେବା ଯୋଗାଇ ଦେବେ ସେଣ୍ଡ ଯୋନ ଆମ୍ବୁଲାନ୍ସ ସ୍ୱେଚ୍ଛା ସେବୀ ମାନେ। ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ଆମ୍ବୁଲାନ୍ସ କିପରି ଯାତାୟତ କରିବ ସେ ନେଇ ଗ୍ରୀନ କରିଡର ପାଇଁ ମଧ୍ୟ ଏହି ପ୍ରଶିକ୍ଷଣ ଦିଆଯାଇଛି । ବିଶେଷ କରି ରଥଯାତ୍ରା ସମୟରେ କୌଣସି ଅଘଟଣ ରୋକିବା, ଅସୁରକ୍ଷିତ କୋଠାରେ ଯଦି କୌଣସି ଲୋକ ଫସି ରହିଥିବ ତେବେ ତାହାକୁ କିପରି ଉଦ୍ଧାର କରାଯିବ ସେନେଇ ସେଣ୍ଡ ଯୋନ ଆମ୍ବୁଲାନ୍ସର ସ୍ୱେଚ୍ଛା ସେବୀ ମାନଙ୍କୁ ପ୍ରଶିକ୍ଷଣ ଦିଆ ଯାଇଛି । ଏହି ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିଥିଲେ ପ୍ରଶିକ୍ଷକ ବିକାଶ ପ୍ରସାଦ, ଜୟନ୍ତୀ ମହାପାତ୍ର, ଡ଼ ପବିତ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସେଣ୍ଡ ଯୋନ ଆମ୍ବୁଲାନ୍ସର ଅଧ୍ୟକ୍ଷ ତଥା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ସହ ସମ୍ପାଦକ ମଧୁସୂଦନ ମିଶ୍ର, ଜଳ ସେଚନ ନିର୍ବାହୀ ଯନ୍ତ୍ରୀ ରତ୍ନାକର ଦଳାଇ, ୱାଟଜୋ ଜେନେରାଲ ମ୍ୟାନେଜର ଭବାନୀ ଶଙ୍କର ମହାନ୍ତି, ସିଡିଏମଓ ଡ଼ ସୁଜାତା ମିଶ୍ର, ସମାଜ ସେବୀ ମନୋଜ ମିଶ୍ର ଓ ଚକଧାର ମହାପାତ୍ର ।