Wed. Oct 14th, 2026

ଆଗାମୀ ରଥଯାତ୍ରାରେ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ନେଇ ମୁତୟନ ହେବେ ସମୁଦାୟ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ। ଏଥିପାଇଁ ଆଜି ରାପିଡ ଆକ୍ସନ‌ ଫୋର୍ସର ଏକ ପ୍ଲାଟୁନ ପୁରୀରେ ପହଁଚିଥିବା ବେଳେ ପୁରୀ ଏସ୍ପି ବଡ଼ଦାଣ୍ଡରେ ସେମାନଙ୍କୁ ଡ୍ୟୁଟି ସମ୍ପର୍କରେ ବ୍ରିଫିଙ୍ଗ କରିଥିଲେ। ଚଳିତ ବର୍ଷ ରଥଯାତ୍ରା ରେ ରାପିଡ୍ ଆକ୍ସନ‌ ଫୋର୍ସର ୩ଗୋଟି କମ୍ପାନୀ ର ପୋଲିସ ମାନେ ଭିଡ଼ ନିୟନ୍ତ୍ରଣ ଭାର ସମ୍ଭାଳିବା ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ମୃତୟନ ହେବେ। ପୁରୀ ଏସପି କନୱର ବିଶାଳ ସିଂଙ୍କ ସମେତ ରାପିଡ ଆକ୍ସନ ଫୋର୍ସର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ଭିଡ଼ ନିୟନ୍ତ୍ରଣ ନେଇ କିପରି କାର୍ଯ୍ୟ କରିବେ ତାହା ଉପରେ ଆଲୋଚନା କରାଯାଇଥିଲା।ତେବେ ଆଗକୁ ରଥ ଟଣା ଓ ଭିଡ଼ ନିୟନ୍ତ୍ରଣ ନେଇ ଗୁରୁତ୍ୱପୂର୍ଣ୍ଣ ଡ୍ରିଲ କରାଯିବାକୁ ରହିଥିବା ପୁରୀ ଏସ୍ପି ସୂଚନା ଦେଇଥିଲେ।ତେବେ ରଥଯାତ୍ରାରେ ଜେନେରାଲ୍ କର୍ଡନ୍ ସହ‌ ରଥ ଟଣା ସମୟରେ ଏହି ଫୋର୍ସର ଗୁରୁ ଦାଇତ୍ୱ ଥିବା ବେଳେ ଏହାକୁ ନିଷ୍ଠାର ସହକାରେ କାର୍ଯ୍ୟ କରିବା ଏବଂ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ସହଯୋଗ କରିବା ମୂଳ ଲକ୍ଷ ରହିବ ବୋଲି ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *