ମାଆ ପାଇଁ ତାଜମହଲ ଗଢିଲା ପୁଅ

ମା’ ଙ୍କ ସ୍ମୃତିରେ ପୁଅ ଗଢିଦେଲା ଦ୍ଵିତୀୟ ତାଜମହଲ । ତାମିଲନାଡୁରେ ଏଭଳି ଘଟଣାକୁ ଖୁବ୍ ଚର୍ଚ୍ଚା । ମାଆଙ୍କ ପାଇଁ ତାଜମହଲ ଗଢିଥିବା ବ୍ୟକ୍ତି ଜଣେ ବ୍ୟବସାୟୀ । ତାଙ୍କ ପାଇଁ ମା’ ଥିଲେ ସାରା ଦୁନିଆ । ଯେତେବେଳେ ମା’ଙ୍କର ପରଲୋକ ହେଲା, ସେତେବେଳେ,ସ୍ମୃତିକୁ ଉଜ୍ଜୀବିତ ରଖିବାକୁ ,ସ୍ମୃତିରେ ତାଜମହଲ ଆକୃତିର ଏକ ଭବ୍ୟ ମହଲ ନିର୍ମାଣ କରାଇଲେ ।

ମୋଗଲ ସମ୍ରାଟ ଶାହାଜାହାନ୍ ପତ୍ନୀ ମମତାଜଙ୍କ ପାଇଁ ଆଗ୍ରାଠାରେ ଯମୁନା ନଦୀ କୂଳରେ ତାଜମହଲ ନିର୍ମାଣ କରାଇଲେ । ଯାହା ସାରା ବିଶ୍ୱରେ ଥିବା ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ । ହେଲେ ଏଠି ଜଣେ ପୁଅ ତାଙ୍କ ମା’ ପାଇଁ ଗଢିଛନ୍ତି ଦ୍ଵିତୀୟ ତାଜମହଲ । ତାମିଲନାଡୁ ତୁରୁବରୁର ଜିଲ୍ଲା ବାସିନ୍ଦର ଅମରୁଦ୍ଦିନ୍ ଶେଖ ଦାଉଦ ନାମକ ଏହି ବ୍ୟକ୍ତି ଜଣକ ଏହି ମହଲ ନିର୍ମାଣ କରାଇଛନ୍ତି । ୨୦୨୦ରେ ଅମରୁଦ୍ଦିନଙ୍କ ମା’ ଜେଲାନୀ ବିବିଙ୍କର ମୃତ୍ୟୁ ହୋଇଥିଲା ।ତେବେ ଦୀର୍ଘ ଦିନ ଧରି ଅମରୁଦ୍ଦିନ୍ ମା’ଙ୍କୁ ହରାଇବାର ଦୁଃଖରୁ ବାହାରିପାରିନଥିଲେ ।

ଅମରୁଦ୍ଦିନଙ୍କ ପାଇଁ ମା’ ଶକ୍ତି ଓ ପ୍ରେମର ପ୍ରତୀକ ଥିଲେ । ୧୯୮୯ରେ ଏକ କାର ଦୁର୍ଘଟଣାରେ ସ୍ୱାମୀଙ୍କୁ ହରାଇବା ପରେ ୫ଜଣ ପିଲାଙ୍କ ଯତ୍ନ ନେଇ ସେମାନଙ୍କୁ ମଣିଷ କରିବା ଛୋଟ କଥା ନଥିଲା । ସେତେବେଳକୁ ମା’ ଜେଲାନୀ ବିବିଙ୍କୁ ମାତ୍ର ୩୦ ବର୍ଷ । ସେତେବେଳେ ଅମରୁଦ୍ଦିନ୍ ଓ ତାଙ୍କ ଭାଇ ଭଉଣୀ ବହୁତ ଛୋଟ ଥିଲେ । ସେମାନଙ୍କୁ ବଡ କରିବାକୁ ମା’ ବହୁ ସଂଘର୍ଷ କରିଥିଲେ । ଉଭୟ ବାପା, ମା’ଙ୍କ ଭୂମିକା ନିର୍ବାହ କରିଥିଲେ ଏକୁଟିଆ ମା’ । ହେଲେ ୨୦୨୦ରେ ଯେତେବେଳେ ସେ ଚାଲିଗଲେ ଅମରୁଦ୍ଦିନଙ୍କ ଉପରେ ଯେପରି ଆକାଶ ଛିଡି ପଡିଥିଲା । ସାଧାରଣ ଶ୍ମଶାନରେ କବର ନଦେଇ ତିରୁବରୁରରେ ଥିବା ତାଙ୍କ ନିଜ ଜମିରେ କବର ଦେଇଥିଲେ । ଏହାପରେ ଏହି ଜମିରେ ମା’ଙ୍କ ସ୍ମୃତିରେ ଏକ ଭବ୍ୟ ମହଲ ନିର୍ମାଣ କରିବାକୁ ଇଚ୍ଛା କଲେ ।

You May Also Like

More From Author

+ There are no comments

Add yours