Wed. Oct 14th, 2026

ମଣିପୁର ହିଂସା ମାମଲାକୁ ନେଇ ଏବେ ଆକସନ୍ ମୋଡରେ କେନ୍ଦ୍ର ସରକାର । ଶନିବାର କେନ୍ଦ୍ର ସରକାର ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି। ମଣିପୁରର ରାଜ୍ୟପାଳଙ୍କ ନେତୃତ୍ୱରେ ଭାରତ ସରକାର ଏକ ଶାନ୍ତି କମିଟି ଗଠନ କରିଛନ୍ତି । ଏହି କମିଟିରରେ ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ ତଥା ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସମେତ ରାଜ୍ୟ ସରକାରଙ୍କ କିଛି ମନ୍ତ୍ରୀମାନଙ୍କୁ ସାମିଲ କରାଯାଇଛି ।ଏମାନଙ୍କ ବ୍ୟତୀତ କମିଟିରେ ପୂର୍ବତନ ସରକାରୀ କର୍ମଚାରୀ, ଶିକ୍ଷାବିତ୍, ସାହିତ୍ୟିକ, କଳାକାର, ସାମାଜିକ କର୍ମୀ ଏବଂ ବିଭିନ୍ନ ଜାତିର ପ୍ରତିନିଧୀ ମଧ୍ୟ ଏହି କମିଟିରେ ସାମିଲ ହୋଇଛନ୍ତି । ଏନେଇ ଆଜି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।ନିକଟରେ ମଣିପୁରର କୁକି ସମ୍ପ୍ରଦାୟର ସଦସ୍ୟମାନେ ଉତ୍ତର ପୂର୍ବ ରାଜ୍ୟରେ ଚାଲିଥିବା ହିଂସାକୁ ବିରୋଧ କରି ଦିଲ୍ଲୀର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନ ବାହାରେ ପ୍ରଦର୍ଶନ କରିଥିଲେ । ଏହି ସମୟରେ ବିକ୍ଷୋଭକାରୀମାନେ ହାତରେ ପ୍ଲାକାର୍ଡ ଧରିଥିଲେ, ଯେଉଁଥିରେ ‘କୁକି ସମ୍ପ୍ରଦାୟର ଲୋକଙ୍କ ଜୀବନ ରକ୍ଷା କର’ ବାର୍ତ୍ତା ଲେଖାଯାଇଥିଲା । ପ୍ରଦର୍ଶନ ସମୟରେ ଲୋକମାନେ ଏହା ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଥିଲେ । ଏଥି ସହିତ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ଚାରିଜଣ ବିକ୍ଷୋଭକାରୀଙ୍କୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତ ପାଇଁ ନିଜ ବାସଭବନ ଭିତରକୁ ଯିବାକୁ ଅନୁମତି ଦେଇଥିଲେ ।

Leave a Reply

Your email address will not be published. Required fields are marked *