Wed. Oct 14th, 2026

ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ୪ ଭାଇଭଉଣୀ ଦୀର୍ଘ ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ଉଦ୍ଧାର ହୋଇଛନ୍ତି। ସମସ୍ତେ ଜୀବୀତ ଥିବା ବେଳେ ଦୁର୍ବଳ ହୋଇ ଯାଇଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରି ଏକ ଅବିଶ୍ୱନୀୟ ଘଟଣା ଘଞ୍ଚ ଆମାଜନ ଜଙ୍ଗଲରେ ଘଟିଥିବା ବେଳେ ଏହାକୁ ନେଇ ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚା ।

ଏହା କୌଣସି ଚମତ୍କାରଠୁ କମ୍‌ ନୁହେଁ ବୋଲି କହିଛନ୍ତି କୋଲୋମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ ପିଟ୍ରୋ । ଉଦ୍ଧାର ହୋଇଥିବା ପିଲାମାନଙ୍କ ବୟସ ଯଥାକ୍ରମେ ୧୩, ୯, ୪ ଓ ୧୧ ମାସ। ତେବେ ଆମାଜନ ପରି ଜଙ୍ଗଲରେ ହିଂସ୍ର ପଶୁଙ୍କ ଚଳପ୍ରଚଳ ମଧ୍ୟରେ କିପରି ଏହି ଭାଇଭଉଣୀ ତିଷ୍ଠି ପାରିଲେ ତାହା ଏକ ବଡ଼ ପ୍ରଶ୍ନବାଚୀ ।

ମେ ୧ ତାରିଖରେ ୭ ଜଣଙ୍କୁ ଧରି ଯାଉଥିବା ଗୋଟାଏ କ୍ଷୁଦ୍ର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନର ଭଗାଂବଶେଷ ସହ ୩ ଜଣଙ୍କ ମୃତଦେହକୁ ଡଠାବ କରାଯାଇଥିବା ବେଳେ ନିଖୋଜ ଥିବା ଏହି ୪ ଭାଇଭଉଣୀଙ୍କ ସନ୍ଧାନ ମିଳି ପାରି ନ ଥିଲା। ଏହାପରେ ସେମାନଙ୍କ ସନ୍ଧାନ ନିମନ୍ତେ ଟିମ୍‌ ଗଠିତ ହୋଇ ବିଭିନ୍ନ ସ୍ଥାନରେ ଖାନତଲାସୀ ଚାଲିଲା। ଏହି ପିଲାମାନେ ଆମାଜନ ଜଙ୍ଗଲରେ ଥିବା ବେଳେ ଦୀର୍ଘ ୪୦ ଦିନ ହେବ ଫଳମୂଳ ଖାଇ ବଞ୍ଚି ରହିଥିଲେ।

ଦୀର୍ଘ ଦିନର ଖାନତଲାସୀ ପରେ ସନ୍ଧାନୀକାରୀ ଦଳ ଆମାଜନ ଜଙ୍ଗଲରେ ମାଟିରେ ଛୋଟ ପାଦଚିହ୍ନ ଦେଖିବାକୁ ପାଇଥିଲେ। ତେଣୁ ପିଲାମାନେ ଉକ୍ତ ଅଞ୍ଚଳରେ ଚଳପ୍ରଚଳ କରୁଥିବା ଅନୁମାନ କରି ତଲାସୀ ଅଭିଯାନକୁ ଜୋରଦାର କରିଥିଲେ। ଏହାପରେ ସେମାନେ ଘଞ୍ଚ ଜଙ୍ଗଲରେ ପିଲାମାନଙ୍କୁ ଠାବ କରିଥିଲେ।

Leave a Reply

Your email address will not be published. Required fields are marked *