Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ବାହାନଗାରେ ସିବିଆଇ ଟିମର ତଦନ୍ତ । ରାତିରେ ଘଟଣାସ୍ଥଳରେ ପହଞ୍ଚିିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଥିଲେ । କରମଣ୍ଡଳ ଏକ୍ସପ୍ରେସ୍ କିପରି ଦୁର୍ଘଟଣାଗ୍ରସ୍ତ ହେଲା? ମେନ୍ ଲାଇନରେ ଯିବା ପାଇଁ ଗ୍ରୀନ୍ ସିଗନାଲ ଦିଆଯାଇଥିବା ବେଳେ ଲୁପ୍ଲାଇନକୁ ମାଡିଗଲା କେମିତି? ସିଗନାଲ ଗଡ଼ବଡ଼ ଥିଲା କି? ଟ୍ରାକ୍ ପରିବର୍ତ୍ତନ ପାଇଁ ଇଣ୍ଟରଲଙ୍କିଙ୍ଗ ବ୍ୟବସ୍ଥା ଠିକ୍ ଭାବେ କାମ କରୁନଥିଲା କି? ଦୁର୍ଘଟଣା ପଛରେ ଅନ୍ତର୍ଘାତୀ କାମ ରହିଛି କି? ଏମିତି ଅନେକ ପ୍ରଶ୍ନକୁ ନେଇ ତଦନ୍ତ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।
ଗତକାଲି ସିବିଆଇ ଟିମ୍ ଦୁର୍ଘଟଣା ସମ୍ପର୍କରେ ଷ୍ଟେସନ ମାଷ୍ଟରଙ୍କୁ ପଚରାଉଚରା କରିଥିଲେ । ସେହିପରି କରମଣ୍ଡଳ ଯେଉଁ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା ତାର ଡ୍ରାଇଭର ଓ ଗାର୍ଡ ବିଜୟ ରାଓଙ୍କୁ ମଧ୍ୟ ପଚରାଉଚରା କରିଛି ସିବିଆଇ ।

Leave a Reply

Your email address will not be published. Required fields are marked *