ଶବ୍ଦ ଓଡିଶା ବ୍ୟୁରୋ: ଭୁବନେଶ୍ଵରର ଅଗ୍ରଣୀ ସାମାଜିକ ଓ ସେଚ୍ଛାସେଵୀ ଅନୁଷ୍ଠାନ ଯଶୋଦା ମା ଫାଉଣ୍ଡେସନ ଏବଂ ଇୟୋର୍ସ ହୋପ ଫାଉଣ୍ଡେସନ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ନୀଳାଦ୍ରି ଵିଵାହ ପଣ୍ଡା ପାର୍କ ବସ୍ତି କମୁନିଟି ସେଣ୍ଟର ହଲ ପରିସରରେ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଭୁବନେଶ୍ବର ୧୪ ନମ୍ବର ୱାର୍ଡ କର୍ପୋରେଟର ମୋନାଲିସା ସାହୁ ଏବଂ ଭୁବନେଶ୍ବର ବିଜେଡି ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ, ସମାଜସେବୀ ସାଗରିକା ଦାସ ଯୋଗଦେଇଥିଲେ । ବାଲେଶ୍ୱରର ବାହାନାଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଉଦେଶ୍ୟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ନିମନ୍ତେ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଜଗନ୍ନାଥଙ୍କ ପାଖରେ ପାର୍ଥନା ଜଣାଇ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
ଏହି ଅବସରେ ମୋନାଲିସା ସାହୁଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ ଯଶୋଦା ମା ନିବେଦିତା ଲେଙ୍କା । ଆୟୋଜିତ ହୋଇଥିବା ମାଗଣା ଚକ୍ଷୁ ପରୀକ୍ଷା ଶିବିର ଓ ସଚେତନତା କାର୍ଯ୍ୟକ୍ରମକୁ କେୟାର ନେତ୍ରମ ସହଯୋଗ କରିଥିଲେ । ଏଥିରେ ଭିଜନ ଟେକନିସିଆନମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳତାର ସହିତ ଶେଷ କରିଥିଲେ । ଏକ ଶହରୁ ଅଧିକ ଚକ୍ଷୁ ପରୀକ୍ଷା ସମ୍ପନ୍ନ କରିଥିଲେ ଯଶୋଦା ମା ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀମତୀ ନିବେଦିତା ଲେଙ୍କା ଏହାକୁ ଆୟୋଜନ କରିଥିବାବେଳେ ଇୟୋର୍ସ ହୋପ ଫାଉଣ୍ଡେସନ୍ ଟ୍ରଷ୍ଟର ଅଧ୍ୟକ୍ଷା ରିନାରାଣୀ ନାୟକଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା ଏଥିରେ ପଣ୍ଡା ପାର୍କ ବସ୍ତିର ସଭାପତି ଦିଲ୍ଲିପ କୁମାର ନାୟକ ଏବଂ କୋଅଡିନେଟର ନିରଞ୍ଜନ ନାୟକ ଉପସ୍ଥିତ ରହି ସହଯୋଗ କରିଥିଲେ ।
