ଆଜିଠୁ ମହାପ୍ରଭୁଙ୍କ ଅଣସର ଦର୍ଶନ, ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ଶବ୍ଦ ଓଡିଶା ବ୍ୟୁରୋ: ମହାପ୍ରଭୁ ଅଣସର ଦର୍ଶନ ଆଜିଠୁ । ଗତକାଲି ଦେବସ୍ନାନ ନୀତି ପରେ ଅଣସର ପିଣ୍ଡିରେ ଅଛନ୍ତି ଚତୁର୍ଦ୍ଧାମୂର୍ତି । ଆଜିଠାରୁ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏଥିପାଇଁ ଶ୍ରୀଅଲାରନାଥ ପୀଠରେ ସବୁ ପ୍ରସ୍ତୁତି ଶେଷ ହୋଇଛି । ଆଜି ଭୋରୁ ଶ୍ରୀଅଲାରନାଥଙ୍କ ମନ୍ଦିର ଦ୍ୱାରଫିଟା ପରେ ମଙ୍ଗଳଆରତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ୱାରପାଳ ପୂଜା, ସ୍ୱୂର୍ଯ୍ୟ ପୂଜା ଶେଷ ହୋଈଛି ।
ସକାଳ ୬ଟାରୁ ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ହୋଇଛି । ଦର୍ଶନକୁ ଦୃଷ୍ଟିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମନ୍ଦିର ଆଗରେ ଏକ ଅସ୍ଥାୟୀ ଫାଣ୍ଡି ଖୋଲାଯାଇଛି । ୬ ପ୍ଲାଟୁର୍ନ ଫୋସ ମୁତୟକ ରାଯାଇଛି । ସାଦା ପୋଷାକରେ ଦସ୍ୱବ ୌସକ୍ନ ପୁଲିସ ମଧ୍ୟ ମୁତୟନ କରାଯାଇଛି ।

You May Also Like

More From Author

+ There are no comments

Add yours