ଟ୍ରାକ୍ ମରାମତି ପରେ ଗଡ଼ିଲା ଟ୍ରେନ୍

ଶବ୍ଦ ଓଡିଶା ବ୍ୟୁରୋ: ବାହାନଗା ଟ୍ରେନ ଦୁର୍ଘଟଣା ପରେ କ୍ଷତିଗ୍ରସ୍ତ ହୋଇଥିବା ରେଳଲାଇନକୁ ମରାମତି କରାଯାଇଛି । ଟ୍ରାକ୍ ମରାମତି ପରେ ଗଡ଼ିଲା ଟ୍ରେନ୍ । ରାତିରେ ପ୍ରଥମେ ମାଲବାହୀ ଟ୍ରେନ୍ ଗଡ଼ିବା ପରେ ସକାଳେ ଗଡ଼ିଛି ଯାତ୍ରୀବାହି ଟ୍ରେନ୍ । ଗତକାଲି ରାତି ପ୍ରାୟ ୧୦ ଟା ପରେ ଉଭୟ ଅପ୍ ଏବଂ ଡାଉନରେ ପରକ୍ଷାମୂଳକ ଭାବେ ମାଲଗାଡି ଚଳାଚଳ ଆରମ୍ଭ ହୋଇଥିଲା ।
ଦୁର୍ଘଟଣାସ୍ଥଳରେ ଧ୍ୱଂଶବିଧ୍ୱଂଶ ଅବସ୍ଥାରେ ପଡିରହିଥିବା ବଗିଗୁଡିକୁ ଟ୍ରାକରୁ ହଟାଇ ଦିଆଯାଇଛି । ଦୁର୍ଘଟଣା ପରେ ଶନିବାରଠୁ ଘଟଣାସ୍ଥଳରେ ରହି ସମସ୍ତ କାର୍ଯ୍ୟର ତଦାରଖ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

You May Also Like

More From Author

+ There are no comments

Add yours