ଶବ୍ଦ ଓଡିଶା ବ୍ୟୁରୋ: କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା ଘଟିଥିବା ବାଲେଶ୍ୱର ବାହାନଗା ଷ୍ଟେସନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ପହଞ୍ଚି ଘଟଣାର ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଏହାସହ ସେଠାରେ ଥିବା ଆହତଙ୍କୁ ମଧ୍ୟ ଭେଟିଛନ୍ତି । ସେଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଆଉ କିଛି ସମୟରେ ପହଞ୍ଚି ସ୍ଥିତି ସମୀକ୍ଷା କରିବାର ସୂଚନା ରହିଛି ।
ଭୟଙ୍କର ଟ୍ରେନ୍ ଦୁର୍ଘଟଣା ରେ ମୃତ୍ୟୁ ସଂଖ୍ୟା ୨୩୩କୁ ବୃଦ୍ଧି ପାଇଛି। ଏଥିସହ ୯୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ବାଲେଶ୍ୱର ,ଭଦ୍ରକର ଓ କଟକ ବ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
+ There are no comments
Add yours