କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା,ବିଜେପି ପାଳିବନି ୯ ବର୍ଷ ପୂର୍ତ୍ତି ଉତ୍ସବ

ଶବ୍ଦ ଓଡିଶା ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ କରମଣ୍ଡଳ ଟ୍ରେନ୍‌ ଦୁର୍ଘଟଣା ଯୋଗୁ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି। ଏହା ସମଗ୍ର ଦେଶବାସୀଙ୍କୁ ସ୍ତମ୍ଭୀଭୂତ କରିଥିବା ବେଳେ ଦିନିକିଆ ଶୋକ ପାଳନ କରୁଛନ୍ତି ରାଜ୍ୟ ସରକାର। କେନ୍ଦ୍ରରେ ସରକାର ଗଠନର ୯ ବର୍ଷ ପୂର୍ତ୍ତି ପାଳନ କରୁଥିବା ବିଜେପି ଆଜି ପାଇଁ ନିଜର ସମସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏ ନେଇ ଟ୍ୱିଟ କରି ଘୋଷଣା କରିଛନ୍ତି।

ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ରେ ମୃତ୍ୟୁ ସଂଖ୍ୟା ୨୩୩କୁ ବୃଦ୍ଧି ପାଇଛି। ଏଥିସହ ୯୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ବାଲେଶ୍ୱର ,ଭଦ୍ରକର ଓ କଟକ ବ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

You May Also Like

More From Author

+ There are no comments

Add yours