ଶବ୍ଦ ଓଡିଶା ବ୍ୟୁରୋ: ବାଲେଶ୍ୱର ବାହାନଗା ଷ୍ଟେସନରେ ପହଞ୍ଚିଲେଣି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୁର୍ଘଟଣା ସ୍ଥଳରେ ପହଞ୍ଚି ପୁରା ଘଟଣାର ସ୍ଥିତି ଅନୁଧ୍ୟାନ କରୁଛନ୍ତି ମନ୍ତ୍ରୀ । ଆଉ କିଛି ସମୟ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାସ୍ଥଳରେ ପହଞ୍ଚିବାର ସୂଚନା ରହିଛି । ଟ୍ରେନ ଦୁର୍ଘଟଣାରେ ଏଯାଏଁ ୨୩୩ ଜଣଙ୍କର ମୃତ୍ୟୁ ହେଲାଣି । ସକାଳୁ ଉଦ୍ଧାର କାର୍ୟ୍ୟ ଜୋରଦାର ହେବାକୁ ଥିବା ବେଳେ ଆହୁରି ଅନେକ ମୃତଦେହ ଉଦ୍ଧାର ହେବାର ଆଶଙ୍କା ରହିଛି ।
